ଗଜପତି ପୋଲିସ ଦ୍ୱାରା ୩୦ ଭରି ସୁନା ଗହଣା ଜବତ; ଅଭିଯୁକ୍ତ ପୁତୁରା ଗିରଫ

0
635

(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ପାରଳାଖେମୁଣ୍ଡି ପୋଲିସ ଦୁଇ ଦିନ ମଧ୍ୟରେ ସୁନା ଚୋରକୁ ଗିରଫ କରିବାରେ ସଫଳ ହୋଇଛି । ଆଦର୍ଶ ଟାଉନ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ଏସ୍ପି ସାରା ଶର୍ମା ସୂଚନା ଦେଇଛନ୍ତି ଯେ, ଗତ ୨୧ ତାରିଖ ଦିନ ପାରଳାଖେମୁଣ୍ଡି ସ୍ଥିତ ରେଖେନା ସାହିରେ ପ୍ରମୋଦ କୁମାର ପଣ୍ଡାଙ୍କ ବାସ ଭବନରେ ଦିନ ସମୟରେ ସୁନାଗହଣା ଚୋରି ହୋଇଥିଲା । ପ୍ରମୋଦ କୁମାର ୨୨ ତାରିଖ ଦିନ ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ , ତାଙ୍କ ଘରେ କେହି ନ ଥିବା ବେଳେ ଘରର ଥିବା ଆଲମିରାର ଲକର ଭାଙ୍ଗି କେହି ଦୁର୍ବୁତ୍ତ ୩୦ ତୋଳା ସୁନା-ଅଳଙ୍କାର ସବୁ ଚୋରି କରି ନେଇଯାଇଛି । । ଏଥିରେ ୨ଟି ନେକ୍ଲେସ୍,୪ଟି ଚେନ୍, ୧୦ଟି ଚୁଡି, ଗୋଟିଏ ମଙ୍ଗଳସୁତ୍ର,୧୬ଟି କାନର,୨ଟି ଲକେଟ ଏବଂ ୧୪ଟି ଆଙ୍ଗୁଠି ମୁଦି ଥିଲା,ଯାହାର ଆନୁମାନିକ ଓଜନ ହେବ ୩୦ ଭରି । ଚୋରୀ କରିବା ପାଇଁ ବ୍ୟବହାର ହେଇ ଥିବା ସ୍କୁଡ୍ରାଇଭର,କଟର ମେସିନ୍,ପଲସର ମୋଟର ସାଇକେଲ, ଟାଟା ଇଣ୍ଡିଗୋ କାର ପୋଲିସ ଉଦ୍ଧାର କରିବା ସହ ଏଥିରେ ସମ୍ପୃକ୍ତ ଥିବା ଚିନ୍ମୟ ମିଶ୍ରକୁ ପୋଲିସ ଗିରଫ କରିଛି। ଅଭିଯୋଗ କାରିଙ୍କ ଘରକୁ କେବଳ ଦୁଇ ତିନି ଜଣ ହିଁ ପ୍ରାୟତଃ ଯିବା-ଆସିବା କରୁଥିଲେ , ସେହି ମାନଙ୍କୁ ହିଁ ଅଧିକ ସନ୍ଧେହ କରି ପଚାର ଉଚୁରା କରିବା ପରେ ପୋଲିସ ଜାଣିବାକୁ ପାଇଥିଲେ, ତାଙ୍କ ନିଜ ସମ୍ପର୍କୀୟ ପୁତୁରା ହିଁ ଘଟଣାର ଚୋର ଏବଂ ଘରେ କେହି ନା ଥିବାର ସୁଯୋଗ ନେଇ ସେ ଏଭଳି ଚୋରି କରିଛି । ଚିନ୍ମୟ ମିଶ୍ର ଏହି ସୁନା ଚୋରୀ କରିବା ପରେ ବ୍ରହ୍ମପୁର ଯିବାପାଇଁ ପାରଳାଖେମୁଣ୍ଡି ସ୍ଥିତ ଫାୟାର ଷ୍ଟେସନ ଛକ ଠାରେ ଗତକାଲି ରାତ୍ର ପ୍ରାୟ ୧୨ ଘଣ୍ଟା ସମୟରେ ଅପେକ୍ଷାରତ ଥିବା ବେଳେ ପୋଲିସ କୈାଣସି ସୂତ୍ରରୁ ଖବର ପାଇ ତାକୁ କାବୁ କରି ନେଇଥିଲେ। ଏ ସମ୍ପର୍କରେ ପାରଳାଖେମୁଣ୍ଡି ଥାନାରେ ୧୬୦/୧୯ ଏକ ମାମଲା ରୁଜୁ ହୋଇଥିବା ବେଳେ ଏହି ସଫଳତା ପାଇଁ ତଦନ୍ତକାରୀ ଅଧିକାରୀ ଏସ.ଆଇ ଶରତ ଚନ୍ଦ୍ର ରାୟଏବଂ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କୁ ସମସ୍ତ ଶ୍ରେୟ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here