ନାବାଳିକାକୁ ଅପହରଣ ପରେ ବଳିଦେବାକୁ ଉଦ୍ୟମ;ତାନ୍ତ୍ରିକ ସହ ୩ ସହଯୋଗୀ ଗିରଫ

0
373

ଆସ୍କା(ଜଗନ ପଣ୍ଡା)ଗତ ମାସ ଚାରି ତାରିଖରେ ରେ ଗଂଜାମ ଜିଲ୍ଲା ଆସିକା ଥାନା ଅଧିନସ୍ଥ ପିତଳର ସ୍ୱରାଜ ଗୌଡ଼ଙ୍କୁ ରାମଚନ୍ଦ୍ରପୁର ଓ ପିତଳ ଅଂଚଳର ତିନି ଜଣ ଆସି ତାଙ୍କ ନାବାଳିକା ଭଉଣୀଙ୍କୁ ବଳି ପାଇଁ ଦେଲେ ତିରିଶି ହଜାର ଟଙ୍କା ଦିଆଯିବ ବୋଲି କହିଥିଲେ lକିନ୍ତୁ ଏଥିରେ ନାବଳିକାର ଭାଇ ରାଜି ହୋଇନଥିଲେ । ତେଣୁ ଅଭିଯୁକ୍ତ କାରୀମାନେ କୌଶଳରେ ନାବାଳିକାଙ୍କୁ ଅପହରଣ କରିନେଇ ହିଂଜିଳି ନିକଟରେ ଥିବା ଏକ ମନ୍ଦିର ରେ ବଳିଦେବାକୁ ଯୋଜନା କରିଥିବା ସମୟରେ ନାବଳିକାର ଭାଇ ଓ ଗ୍ରାମ ବାସୀଙ୍କ ଠାରୁ ସୂଚନା ପାଇ ଆସିକା ପୋଲିସ ଘଟଣା ସ୍ଥଳରେ ପଂହଁଚି ନାବାଳିକାକୁ ଉଦ୍ଧାର କରିବା ସହ ତିନି ଜଣ ଅଭିଯୁକ୍ତ ଚିତ୍ର ସନ ତରାଇ, ପଞ୍ଚାନନ ଗୌଡ଼, ଓ ଅମୟ କୁମାର ସ୍ୱାଇଁଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲେ। ହେଲେ ମୁଖ୍ୟ ଅଭିଯୁକ୍ତ ତାନ୍ତ୍ରିକ ସେଠାରୁ ଫେରାର ହୋଇଯାଇଥିଲା।କିନ୍ତୁ ଆଜି ମୁଖ୍ୟ ଅଭିଯୁକ୍ତ ତଥା ତାନ୍ତ୍ରିକ ରତ୍ନାକର ସେଠିଙ୍କୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି ବୋଲି ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇ ଛନ୍ତି l

LEAVE A REPLY

Please enter your comment!
Please enter your name here