ଖଲ୍ଲିକୋଟ ବ୍ଳକରେ ମନରେଗା ଦୁର୍ନୀତି, ବାଣିଆ ଗ୍ରାମରେ ପୋଖରୀ କାମ ନକରି ୬ ଲକ୍ଷ ୬୦ ହଜାର ଟଙ୍କା ହଡପ ଅଭିଯୋଗ

0
334

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକରେ ମନରେଗା ଦୁର୍ନୀତି, ବାଣିଆ ଗ୍ରାମରେ ପୋଖରୀ କାମ ନକରି ୬ ଲକ୍ଷ ୬୦ ହଜାର ଟଙ୍କା ହଡପ ଅଭିଯୋଗ ହୋଇଛି । ଗରିବ ଲୋକଙ୍କୁ ବର୍ଷକୁ ୧୦୦ଦିନର କାମ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପ୍ରଣୟନ କରିଥିବା ବେଳେ କୋଭିଡ ସମୟରେ ଖଲ୍ଲିକୋଟ ବ୍ଲକରେ ଲୋକଙ୍କୁ କାମ ଯୋଗାଇବା ପରିବର୍ତେ ମନରେଗା ଯୋଜନା ସମ୍ପୁର୍ଣ୍ଣ ବାଟବଣା ହୋଇ ଥିବାର ଦେଖିବାକୁ ମିଳିଛି । ମନରେଗା କାର୍ଯ୍ୟକୁ ପରିଚାଳନା କରୁଥିବା ଅଧିକାରୀ ଓ ସ୍ତାନୀୟ ନେତାଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ମନରେଗା କାର୍ଯ୍ୟରେ ଦୁର୍ନିତି ଅତ୍ୟଧିକ ହେଉଥିବା ବେଳେ ଖଲ୍ଲିକୋଟ ବ୍ଲକରେ ସମ୍ପୁର୍ଣ୍ଣ ମନରେଗା କାର୍ଯ୍ୟ ଜେସିବି କିମ୍ଭା ଜମା କାମ ନକରି ର୍ଦୁନିତି ମାଧ୍ୟମରେ ହେଉଥିବାର ବାରମ୍ବାର ଅଭିଯୋଗ ହେଉଛି । ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାଣିଆ ଗ୍ରାମପଞ୍ଚାୟତର ବାଣିଆ ଗ୍ରାମରେ ମନରେଗା କାମରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି । ବାଣିଆ ଗ୍ରାମରେ ଥିବା କଣ୍ଡରା ବନ୍ଧ ପୁନରୁଦ୍ଧାର ସହ ପାହାଚ ନିର୍ମାଣ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷ ରେ ଆସିଥିବା ମୋଟ ୧୦ ଲକ୍ଷ ଟଙ୍କାରୁ ୬ ଲକ୍ଷ ୬୦ ହଜାର ୮୮୦ ଟଙ୍କା ବିଲ୍ ହୋଇଥିଲେ ମଧ୍ୟ ଏହି ପୋଖରୀରୁ ମାଟି ମୁଠାଏ ଉଠିନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ କଣ୍ଡରା ବନ୍ଧର ପାଣି ଶୁଖା ନ ଯାଇ କେମିତି ପୁଃନଉଦ୍ଧାର କାମ ହେଲା ଓ ଏହି ମନରେଗା ଟଙ୍କା କାମ ନକରି କିପରି ଲୋକଙ୍କ ଖାତାକୁ ଗଲା ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଗାଁର ଯୁବ ଗୋଷ୍ଠୀ ମନରେଗା ୱେବସାଇଟ୍ ରୁ କଣ୍ଡରା ବନ୍ଧ କାମ ହୋଇଥିବା ଜାଣିବା ପରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ କିନ୍ତୁ ବିଭାଗିୟ ଅଧିକାରୀ ରେଶନ କାର୍ଡ କାଟିଦେବାର ଭୟ ଦେଖାଇ ଥିଲେ ଯାହା ଫଳରେ ଏହି ଗ୍ରାମର ଲୋକ ମାନେ ଖଲ୍ଲିକୋଟ ବିଡିଓଙ୍କୁ ଭେଟି ଅଭିଯୋଗ ଦେଇଥିଲେ । ତେବେ କାମ ନକରି ଲକ୍ଷ ଲକ୍ଷ ଟଙ୍କା ବିଲ କରାଯାଉଥିବାରୁ ସେହି ଭଳି ଅନ୍ୟ ଉନ୍ନୟନ ମୂଳକ କାମରେ ବିଲ୍ ହେଉଥିବା ସନ୍ଦେହ କରିବା ସହ ସମ୍ପୃକ୍ତ ଥିବା ବିଭାଗୀୟ ଅଧିକାରୀ ମାନଙ୍କ ଉପରେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।ସେହିଭଳି ବାଣିଆ ଗ୍ରାମ ଠାରୁ କଣ୍ଡରା ବନ୍ଧ କୁ ଏକ ସଂଯୋଗୀକରଣ ରାସ୍ତା ନିର୍ମାଣ ପାଇଁ ପ୍ରାୟ ୨୦ ହଜାର ଟଙ୍କା ବିଲ୍ ହୋଇଥିଲେ ମଧ୍ୟ ଏହି ରାସ୍ତାରେ ମାଟି ମୁଠାଏ ମଧ୍ୟ ପଡି ନ ଥିବା ଅଭିଯୋଗ କରିଛନ୍ତି ଗ୍ରାମର ଯୁବ ଗୋଷ୍ଠୀ । କେବଳ ବାଣିଆ ପଂଚାୟତ ନୁହଁ ଏହି ଭଳି ର୍ଦୁନିତି ଅଭିଯୋଗ ଖଲ୍ଲିକୋଟ ବ୍ଲକର ବିଭିନ୍ନ ପଂଚାୟତ ରୁ ଆସୁଛି । ସେହିଭଳି ଆଇତିପୁର ପଂଚାୟତର ପଦ୍ମତୋଳା ବନ୍ଧକୁ ସୌନ୍ଦର୍ଯ୍ୟ କରଣ କରିବା ପାଇଁ ମନରେଗା ଯୋଜନା ରେ କରାଯାଉଥିଲେ ମଧ୍ୟ ଲୋକଙ୍କ ବଦଳରେ ଜେସିବି ସାହାଯ୍ୟରେ ସମ୍ପୂର୍ଣ୍ଣ କାମ କରାଯାଇଥିବା ଅଭିଯୋଗ ହେଉଛି। ତେବେ ଏହି ଭଳି ର୍ଦୁନିତି ଖଲ୍ଲିକୋଟ ବ୍ଲକର ବିଭିନ୍ନ ପଂଚାୟତରେ ଚାଲିଥିବା ବେଳେ ବିଭାଗିୟ ଅଧିକାରୀ ସବୁ ଜାଣି ନିରବ ଦ୍ରଷ୍ଟା ସାଜିଛନ୍ତି । ଯାହା ଫଳରେ ଦିନକୁ ଦିନ ମନରେଗା ର୍ଦୁନିତି ବଢିବା ସହ ଗରିବ ଲୋକ କାମ ନପାଇ ବାହାର ରାଜ୍ୟ କୁ ଦାଦନ ଖଟିବା ପାଇଁ ଯିବାକୁ ବାଧ୍ୟ ହେଉଛନ୍ତି । ଏନେଇ ଆମେ ଖଲ୍ଲିକୋଟ ବିଡିଓ ମିତାଲି ପାତ୍ର ଙ୍କୁ ପଚାରିବାରୁ ସେ ଏ ସମ୍ପର୍କରେ ତଦନ୍ତ କରିବେ ବୋଲି କହିଛନ୍ତି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here