ସଡକ ଦୁର୍ଘଟଣାରେ ଝୋଲାରୀ ଗ୍ରାମର ଜଣେ ଛାତ୍ର ମୃତ୍ୟୁ

0
268

ବୁଗୁଡା: ଗଞ୍ଜାମ ଜିଲ୍ଲାର ବୁଗୁଡା ପୋଲିସ ଥାନା, ବାଲିପଦର ଫାଣ୍ଡି ଅନ୍ତର୍ଗତ ଏକଡ଼ାଳ ଗ୍ରାମ ଛକ ନିକଟରେ ଜୁଲାଇ ୧୫ ତାରିଖ ରାତ୍ର ପ୍ରାୟ ସାଢ଼େ ଆଠ ଘଣ୍ଟା ସମୟରେ ସଡକ ଦୁର୍ଘଟଣାରେ ଝୋଲାରୀ ଗ୍ରାମର ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ୍ୟୁ ବରଣ କରିଥିବା ଛାତ୍ର ଜଣକ ହେଲେ ଝୋଲାରୀ ଗ୍ରାମର ନୀଳମାଧବ ଡାକୁଆଙ୍କ ପୁଅ ଚିନ୍ମୟ ଡାକୁଆ ଓରଫ ଚିନୁ। ଚିନ୍ମୟ ବାଲିପଦର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ର ଭାବେ ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ବେଳେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରି ଫେରିବା ପରେ ଚିନୁ ନିଜର କୌଳିକ ବୃତ୍ତି କାମ ବାଲିପଦରର ଏକ ସେଲୁନ ରେ କରୁଥିଲେ। ଦୁର୍ଘଟଣା ଦିନ ଚିନୁ କେଶବ ଡାକୁଆଙ୍କ ବାଇକରେ ପଛରେ ବସି ଘରକୁ ଫେରୁଥିବା ବେଳେ ଅନ୍ୟ ଏକ ବାଇକ ପଛପଟୁ ଧକ୍କା ଦେଇଥିଲା। ଯାହା ଫଳରେ ଚିନ୍ମୟ କଚାଡି ହୋଇ ରାସ୍ତାରେ ପଡି ଗୁରୁତର ଆହତ ହୋଇଥିଲେ। ରାତ୍ରରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚିନ୍ମୟଙ୍କୁ ବୁଗୁଡା ମେଡ଼ିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ମାତ୍ର ଡାକ୍ତର ପରୀକ୍ଷା କରି ଚିନ୍ମୟ ଡାକୁଆଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ବାଇକ ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣା ପଡିଛି। ପୋଲିସ ମର ଶରୀର ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅନୁସନ୍ଧାନ ଜାରି ରଖିଛନ୍ତି। ଚିନ୍ମୟଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here