କରୋନା ସଚେତନତା ସଭା : ” ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ “

0
266

ବୁଗୁଡା : ବୁଗୁଡା ବ୍ଲକ ଅନ୍ତର୍ଗତ ତାଳସାକର ଗ୍ରାମର ଅଙ୍ଗନୱାଡି କେନ୍ଦ୍ର-୧ ରେ ଗାଁ କଲ୍ୟାଣ ସମିତି ପକ୍ଷରୁ “ଆମ ସ୍ୱାସ୍ଥ୍ୟ ଆମ ଦାୟିତ୍ୱ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ କରୋନ ସଂକ୍ରମଣ ନେଇ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ତାଳସାକର ମହାମାୟୀ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ବି.ଗୋପାଳ ଚନ୍ଦ୍ର ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଖୋଳଖାଳି ପଞ୍ଚାୟତ ସରପଞ୍ଚ ସୂର୍ଯ୍ୟମଣି ଗୌଡ଼, ମୁଖ୍ୟବକ୍ତା ଭାବେ ସୀମାଞ୍ଚଳ ଜେନା ଏବଂ ସମ୍ମାନିତ ଅତିଥି ଭାବେ ଶିକ୍ଷକ ଗୌରୀଶଙ୍କର ନାୟକ, ବିଦ୍ୟାଧର ସ୍ୱାଇଁ, ଓ ରଶ୍ମିତା ସ୍ୱାଇଁ ପ୍ରମୁଖ ଯୋଗଦେଇ କରୋନା ଭୟ ସମ୍ପୂର୍ଣ୍ଣ ଭାବେ ହଟି ନଥିବା ବେଳେ ସମସ୍ତେ କୋଭିଡ କଟକଣା ମାନି ଚଳିବାକୁ ପରାମର୍ଶ ପ୍ରଦାନ କରିଥିଲେ। ଏହି ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ସୌମ୍ୟ ପରମିତା ପାତ୍ର (୧ମ), ମିନରଭା ମନସ୍ୱିନୀ ସ୍ୱାଇଁ (୨ୟ) ଓ ଲକ୍ଷ୍ମୀକାନ୍ତ ସ୍ୱାଇଁ(୩ୟ) ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସାନ୍ତ୍ବନା ମୂଳକ ପୁରସ୍କାର ପ୍ରଦାନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମସ୍ତ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଗ୍ରାମର ମହିଳା ଓ କିଶୋରୀମାନେ ଯୋଗ ଦେଇଥିଲେ। ଗାଁ କଲ୍ୟାଣ ସମିତିର ଆବାହିକା ଅଙ୍ଗନୱାଡି କର୍ମୀ ତୁଳସୀ ସାହୁ ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here