ରାଧା ଖଇନି କାରଖାନା ଉପରେ ଚଢାଉ ;୪୦ ହଜାର ଟଙ୍କା ଜୋରିମାନା

0
682

ଛତ୍ରପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗତକାଲି ପୂର୍ବାହ୍ନରେ ଛତ୍ରପୁରରୁ ବ୍ରହ୍ମପୁରକୁ ରାଧା ଖଇନି ରପ୍ତାନୀ ହେଉଥିବା ଏକ ଡାଲା ଅଟୋକୁ ବ୍ରହ୍ମପୁର ଉପଜିଲ୍ଲାପାଳ ଦତ୍ତାତ୍ରେୟ ବି ସିନେ୍ଧ ଜବତ କରିବା ସହ ଏହା କେଉଁଠାରୁ ପ୍ରସ୍ତୁତ ହେଉଛି ତାହାର ଠିକଣା ପଚାରି ବୁଝିଥିଲେ । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଛତ୍ରପୁର ବ୍ଲକର ତହସିଲଦାର ନୀଳମାଧବ ଭୋଇଙ୍କ ନେତୃତ୍ୱରେ ଶ୍ରୀରାମ ଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାୟାପାଟାଣା ଗ୍ରାମରେ ଥିବା ରାଧା ଖଇନି କାରଖାନା ଉପରେ ଅଚାନକ ଚଢାଉ କରା ଯିବା ସହ କାରଖାନାରେ ବ୍ୟବହାର ହେଉଥିବା ଖଇନିର ଜରି, ମାପ ଓଜନ ଓ ବିଭିନ୍ନ ନଥିପତ୍ର ଯାଞ୍ଚ କରାଯାଇଛି । ଖଇନି କରାଖାନା ନିମନ୍ତେ ସ୍ୱିକୃତୀ ପ୍ରମାଣ ପତ୍ର ରହିଛି ।

କିନ୍ତୁ ମାପ ଓଜନ ପାଇଁ ବ୍ୟବହାର ହେଉଥିବା ମାପଯନ୍ତ୍ର ଅନ୍ ଅର୍ଥରାଇଜ୍ କମ୍ପାନୀର ହୋଇଥିବା, ଜରିରେ ନିଜ କାରଖାନାର ଠିକଣା ଏବଂ ଅନ୍ୟାନ୍ୟ ବିଷୟ ସଠିକ୍ ନଥିବା ନେଇ କାରଖାନାର ମାଲିକ ନାରାୟଣ ସାହୁଙ୍କ ଠାରୁ ୪୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଏହି ଚଢାଉରେ ଛତ୍ରପୁର ତହସିଲଦାର ଶ୍ରୀ ଭୋଇଙ୍କ ସହ ମାପଓଜନ ବିଭାଗର ଆସିଷ୍ଟାଣ୍ଟ କଣ୍ଟ୍ରୋଲର ବିନୟ କୁମାର ଦାଶ, ବରିଷ୍ଠ ନିରୀକ୍ଷକ ସବିତା ପଣ୍ଡା ପ୍ରମୁଖ ରାଧା ଖଇନି କାରଖାନା ଉପରେ ଚଢାଉରେ ଯୋଗଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here