ଭାରସାମ୍ୟ ହରାଇ ପିକ୍ ଅଫ ଭ୍ୟାନ ଦୁର୍ଘଟଣା; ଗାଡିରେ ରହିଛି ବିପୁଳ ପରିମାଣରେ ଗଞ୍ଜେଇ

0
396

ଭଞ୍ଜନଗର : ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳି ଗ୍ରାମ ନିକଟରେ ଆଜି ସକାଳ ସମୟରେ ଏକ ପିକ୍ ଅଫ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି। ଦୁର୍ଘଟଣା ହେବା ପରେ ଏଥିରେ ବିପୁଳ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଛି। ପାଖାପାଖି ୮-୧୦ ଗୋଟି ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଛି। ଖବର ପାଇଁପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ସୂଚନା ପ୍ରକାରେ ଗଂଜାମ – କନ୍ଧମାଳ ସୀମାନ୍ତ ଦୁର୍ଗା ପ୍ରସାଦ ନିକଟରେ ପୋଲିସ ପକ୍ଷରୁ ପେଟ୍ରୋଲିଂ ହେଉଥିବା ବେଳେ କନ୍ଧମାଳ ଜିଲ୍ଲା ପଟୁ ଆସୁଥିବା ଏହି ପିକ୍ ଅଫ ଭ୍ୟାନଟି ପୋଲିସ ଗାଡି କୁ ଦେଖି ବ୍ରାହ୍ମଣପଦର,ଗାଲେରୀ ରାସ୍ତା ଦେଇ ଭଞ୍ଜନଗର ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଗୁଜୁରାଳି ନିକଟରେ ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରୁ ସମସ୍ତେ ଚମ୍ପଟ ମାରିଥିବା ବେଳେ ପୋଲିସ ଜଣଙ୍କୁ ଅଟକ ରଖିଛି। ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତ ରେ ଗଞ୍ଜେଇ କୁ ଓଜନ କରାଯାଇ ଜବତ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି
ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here