ଜୁଲାଇ ୨୨ ରୁ ବାଘୁଆ କେନାଲରେ ଛଡ଼ାଗଲା ପାଣି

0
271

ବୁଗୁଡା/ପୋଲସରା : ବୁଗୁଡା ଓ ପୋଲସରା ଅଞ୍ଚଳର ଚାଷୀମାନଙ୍କ ମୁଖ୍ୟ ଫସଲ ହେଲା ଖରିଫ ଧାନ ଚାଷ। ଚଳିତ ବର୍ଷ ସ୍ୱଳ୍ପ ବର୍ଷା ଯୋଗୁଁ ନା ଅଛି ବିଲ ମାଳରେ ପାଣି ନ ଅଛି ଜଳ ଭଣ୍ଡାରରେ ପାଣି। ଜୁଲାଇ ମାସ ଶେଷ ହେବାକୁ ଯାଉଛି, ହେଲେ ଚାଷୀ କ୍ଷେତରେ କରିପାରି ନାହିଁ ରୁଆ ବେଉସା। ଆସନ୍ନ ମରୁଡି ପାଇଁ ଚିନ୍ତିତ ଚାଷୀ। ଏହି ପରି ଘଡିସନ୍ଧି ମୁହୂର୍ତ୍ତରେ ବାଘୁଆ ମଧ୍ୟମ ଜଳଭଣ୍ଡାରରେ ଅତି କମ, ମାତ୍ର ୭.୫୫ ପ୍ରତିଶତ ଜଳ ଗଚ୍ଛିତ ଥିଲେ ମଧ୍ୟ ଚାଷୀଙ୍କ ହିତ ଦୃଷ୍ଟିରୁ ବାଘୁଆ କେନାଲରେ ଜୁଲାଇ ୨୨ ତାରିଖ ଠାରୁ ପାଣି ଛଡା ଯାଇଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ବିଷ୍ଣୁ ଚରଣ ସାହୁ ପ୍ରକାଶ କରିଛନ୍ତି। ଏହି ବିଷୟ ନେଇ ଗତ ଜୁଲାଇ ୧୯ ତାରିଖ ଦିନ ବୁଗୁଡା ବାଘୁଆ ମଧ୍ୟମ ଜଳଭଣ୍ଡାର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଶ୍ରୀ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଭିଡିଓ କନଫେରାନ୍ସ ଜରିଆରେ ବାଘୁଆ ମଧ୍ୟମ ଜଳ ଭଣ୍ଡାରରୁ କେନାଲରେ ପାଣି ଛାଡିବା ପାଇଁ ନିଷ୍ପତ୍ତି ହୋଇଥିଲା। ସେହି ଭିଡିଓ କନଫେରାନ୍ସରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ପୋଲସରା ତହସିଲଦାର ଦିଲ୍ଲୀପ କୁମାର ନାୟକ, ବୁଗୁଡା ବ୍ଲକ କୃଷି ଅଧିକାରୀ ନିହାର ରଞ୍ଜନ ପୃଷ୍ଟି, ପୋଲସରା ବ୍ଲକ କୃଷି ଅଧିକାରୀ ସ୍ୱାଗତିକା ପଟ୍ଟନାୟକ, ଉଭୟ ବୁଗୁଡା ଓ ପୋଲସରା ବ୍ଲକର ଗୋଷ୍ଠୀ ବୈଷୟିକ ଟିମର ସଦସ୍ୟ ବୃନ୍ଦ ଅଂଶ ଗ୍ରହଣ କରିଥିଲେ। ଚାଷୀ ଧନ ଫସଲ ରୁଆ ଓ ବେଉଷଣ ଆରମ୍ଭ କରିନଥିବା ଯୋଗୁଁ ଚାଷ କାର୍ଯ୍ୟକୁ ଆଗେଇ ନେବାପାଇଁ ବାଘୁଆ ଜଳ ଭଣ୍ଡାରରେ ଅତି କମ ପରିମାଣ ପାଣିଥିଲେ ମଧ୍ୟ ଜୁଲାଇ ୨୨ ତାରିଖ ଠାରୁ ମୁଖ୍ୟ କେନାଲରେ ପାଣି ଛଡା ଯାଇଛି।

LEAVE A REPLY

Please enter your comment!
Please enter your name here