ଜଗନ୍ନାଥ ମର୍ଣିଂ ୱାକର କ୍ଲବ୍ ତରଫରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

0
149

ବ୍ରହ୍ମପୁର: ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଜୟ ଜଗନ୍ନାଥ ମର୍ଣିଂ ୱାକର କ୍ଲବ୍ ତରଫରୁ ଖଲିକୋଟ କଲେଜ ଖେଳ ପଡ଼ିଆରେ *ସ୍ୱଚ୍ଛତା ହିଁ ସେବା* ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ପଡିଆରେ ପଡ଼ିଥିବା ଆବର୍ଜନା ସଫେଇ କରାଯିବା ସହ ସ୍ବଚ୍ଛତା ନେ଼ଇ ସଚେତନ କରାଯାଇଥିଲା l ବରିଷ୍ଟ ଉପଦେଷ୍ଟା ରବୀନ୍ଦ୍ର ପଣ୍ଡାଙ୍କ ନେତତ୍ଵରେ ଅନୁଷ୍ଠିତ ସଫେଇ କାର୍ଯ୍ୟକ୍ରମରେ ସମ୍ପlଦକ ନାଗେଶ୍ବର ପୃଷ୍ଟି , କୋଷlଧକ୍ଷ ଡାକ୍ତର ସମିର କୁମାର ନାୟକ, ଉପଦେଷ୍ଟା ରାମହରି ନାୟକ, ଆନନ୍ଦ ପାତ୍ର, ମଙ୍ଗୁଲୁ ପଣ୍ଡା, ରାମା ରାଓ, କେଦାରନାଥ ଜେନା, ଶିବରାମ ପାଣିଗ୍ରାହୀ, ରମେଶ କୁଣ୍ଡୁ, ସୁଶାନ୍ତ ପାଢ଼ୀ ଓ ନିରୋଜ ସାହୁଙ୍କ ସମେତ ବହୁ କର୍ମକର୍ତା ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ପଡ଼ିଆରେ ୱାକିଂ କରୁଥିବା ଜନସାଧାରଣ ଯୋଗ ଦେଇଥିଲେ l ପ୍ରକାଶଯୋଗ୍ୟ ଜୟ ଜଗନ୍ନାଥ ମର୍ଣୀଙ୍ଗ ୱାକର କ୍ଲବ ତରଫରୁ ନିୟମିତ ଭlବେ ଖଲିକୋଟ କଲେଜ ଖେଳ ପଡିଆ ସଫେଇ କରାଯାଉଛି l

LEAVE A REPLY

Please enter your comment!
Please enter your name here