ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପଶୁରୋଗ ବିଶେଷଜ୍ଞଙ୍କ ପରଲୋକ

0
369

ବେଲଗୁଣ୍ଠା: ବିଶିଷ୍ଟ ପଶୁରୋଗ ବିଶେଷଜ୍ଞ ତଥା ପଶୁ ସମ୍ପଦ ବିଭାଗର ପୂର୍ବତନ ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର୍ କୁମୁଦ ଚନ୍ଦ୍ର ତ୍ରିପାଠିଙ୍କ ମଙ୍ଗଳବାର ସନ୍ଧ୍ୟା ସାତ ଘଣ୍ଟା ସମୟରେ ପରଲୋକ ଘଟିଛି I ମୃତ୍ୟୁ ବେଳକୁ ତାଙ୍କୁ 78 ବର୍ଷ ବୟସ ହୋଇଥିଲା I ସ୍ଵର୍ଗତ ତ୍ରିପାଠି ଗତ ତିନି ମାସ ହେବ କର୍କଟ ରୋଗରେ ପୀଡ଼ିତ ହୋଇଥିବା ବେଳେ ମଙ୍ଗଳବାର ଭଞ୍ଜନଗର ମେଡିକାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ I ତାଙ୍କର ମୃତ୍ୟୁ ପରେ ମର ଶରୀରକୁ ନିଜ ଗ୍ରାମ କ୍ଷତ୍ରିୟବରପୁରକୁ ଆଣି ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା I ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ଦୁଇ ପୁଅ ଶଶାଙ୍କ କିରଣ ଓକେ ସଂଜୀବ,ଦୁଇ ବୋହୂ, ଦୁଇ ଝିଅ ବବିତା ଓ ସଙ୍ଗୀତା ଏବଂ ଜ୍ଵାଇଁ ରବୀନ୍ଦ୍ରନାଥଙ୍କ ସମେତ ଅନ୍ୟ ପରିବାର ସଦସ୍ୟ ମାନେ ଊପସ୍ଥିତ ଥିଲେ I ପ୍ରକାଶ ଥାଉକି ସ୍ଵର୍ଗତ ତ୍ରିପାଠି ଜଣେ ସୁନାମଧନ୍ୟ ପଶୁରୋଗ ବିଶେଷଜ୍ଞ ଭାବରେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ବିଶ୍ଵନାଥ ପାଣ୍ଡେଙ୍କ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ I ସେ ଜଣେ ଅମାୟିକ ଏବଂ ପରୋପକାରୀ ବ୍ୟକ୍ତି ଭାବରେ ଅଞ୍ଚଳରେ ବେଶ ଜନଶୁଣା ହୋଇଥିବା ବେଳେ ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ମୃତ୍ୟୁ ଖବର ଶୁଣି ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here