ନୂଆ ରୂପରେ ଭଞ୍ଜନଗର ଆଞ୍ଚଳିକ ପରିବହନ କାଯ୍ୟାଳୟ; ଉଦଘାଟନ କଲେ ରାଜ୍ୟର ଦୁଇ ପ୍ରମୁଖ ମନ୍ତ୍ରୀ

0
718

ଭଞ୍ଜନଗର:ଦୀର୍ଘ ସାତ ବର୍ଷ ଧରି ଅସ୍ଥାୟୀ ଭାବେ ପ୍ରାଣୀ ବିଭାଗର ପ୍ରାଣୀଧନ ତାଲିମ କେନ୍ଦ୍ର ପରିସରରେ ଚାଲିଥିବା ଭଞ୍ଜନଗର ଆଂଚଳିକ ପରିବହନ କାଯ୍ୟାଳୟ ଆଜି ନୂଆରୂପ ପାଇଛି। ଭଞ୍ଜନଗର -ଫୁଲବାଣୀ ରୋଡ଼ର ବନ ବିହାର ସାମ୍ନାରେ ଏକ ବିସ୍ତୀର୍ଣ୍ଣ କ୍ଷେତ୍ରରେ ଅତ୍ୟାଧୁନିକ ଶୈଳୀରେ ନୂତନ ଆଂଚଳିକ ପରିବହନ କାଯ୍ୟାଳୟ କୁ ବୁଧବାର ମଧ୍ୟାହ୍ନରେ ରାଜ୍ୟ ଯୋଜନା,ସଂଯୋଜନା ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉଦ୍ଘାଟକ ଓ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇ ଉଦ୍ଘାଟନ କରିଛନ୍ତି। କାଯ୍ୟାଳୟ ଟି ପ୍ରାୟ ୫କୋଟି ରୁ ଉର୍ଦ୍ଧ୍ବ ଟଙ୍କାରେ ନିର୍ମାଣ କରାଯାଇଥିବା ବେଳେ ୩.୪୪୪ ଏକର ଜାଗାରେ ଏହି କାଯ୍ୟାଳୟ ନିର୍ମାଣ ହୋଇଛି। ଏଠାରେ ଉଠାଣି ଗଡାଣି ବ୍ୟବସ୍ଥା ଥାଇ ସେନ୍ସର ଯୁକ୍ତ ଅତ୍ୟାଧୁନିକ ଜ୍ଞାନ କୌଶଳରେ ସ୍ୱୟଂଚାଳିତ ଡ୍ରାଇଭିଂ ଟେଷ୍ଟି ଟ୍ରାକ ନିର୍ମାଣ କରାଯାଇଛି। ଭଞ୍ଜନଗର ଉପଖଣ୍ଡର ସମସ୍ତ ଜନସାଧାରଣ ଏଥିରେ ଉପକୃତ ହେବେ। କାଯ୍ୟକ୍ରମରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ,ଆଂଚଳିକ ପରିବହନ ଅଧିକାରୀ ଭାଗିରଥି ନାୟକ,ଯନ୍ତ୍ରୀ ରମେଶ ସ୍ୱାଇଁ ପ୍ରମୁଖ ମଞ୍ଚାସିନ ଥିଲେ। ଶୂଳପାଣି ଶତପଥୀ ସଭା ସଂଯୋଜନା କରିଥିଲେ। ଭଞ୍ଜନଗର ଘୁମୁସର ଘରୋଇ ବସ ମାଲିକ ସଂଘର ସଭାପତି ଗୋପବନ୍ଧୁ ମହାପାତ୍ର, ଉପସଭାପତି ବିପ୍ର ଚରଣ ବାରିକ,ସମ୍ପାଦକ ଏ. ବେଣୁ ଗୋପାଳ ଓ ଆସ୍କା ବସ ମାଲିକ ସଙ୍ଘର କର୍ମକର୍ତ୍ତା, ଅନ୍ୟାନ୍ୟ ଅଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ରିପୋର୍ଟ/ ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here