ଅଗଷ୍ଟ ୧୫ ରେ ଚାଲିଗଲା ଜୀବନ, ଟ୍ରେନରେ କଟି ମହିଳା ମୃତ, ଖଲ୍ଲିକୋଟ ଷ୍ଟେସନ ରେଳ ଧାରଣାରୁ ଖଣ୍ଡ ବିଖଣ୍ଡିତ ଶବ ଉଦ୍ଧାର

0
209

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ଖଲ୍ଲିକୋଟ ଷ୍ଟେସନରେ ଏକ ବିଭତ୍ସ ଦୃଶ୍ୟ ଦେଖିବାକୁ ମିଳିଛି । ଟ୍ରେନରେ କଟି ମହିଳାଙ୍କ ମୃତ ଶରୀର ଖଣ୍ଡ ବିଖଣ୍ଡିତ ହୋଇ ଷ୍ଟେସନର ପ୍ରାୟ ୨୦୦ ମିଟର ଅଞ୍ଚଳରେ ବିଛାଡି ହୋଇ ପଡ଼ିଥିଲା । ଆଜି ଅଗଷ୍ଟ ୧୫ ତାରିଖରେ ଚାଲିଗଲା ମହିଳା ଙ୍କ ଜୀବନ । ଆଜି ଦିନ ପ୍ରାୟ ୧୧ ଟା । ସବୁଦିନ ଭଳି ହୁମା କେଉଟ ସାହିର ରଞ୍ଜୁ ବେହେରା ମସଲା ବିକ୍ରି କରିବା ପାଇଁ ତେନ୍ତୁଳିଆପଡା ଗ୍ରାମକୁ ଯାଇ ସେଠାରୁ କେଶପୁର ବସ ଷ୍ଟାଣ୍ତ ଅଭିମୁଖେ ଫେରୁଥିଲେ । କିନ୍ତୁ ରେଳ ଲାଇନ ପାଖରେ ମୃତ୍ୟୁ ତାଙ୍କୁ ଛକି ବସିଛି ଏହା ସେ ଜାଣିପାରି ନଥିଲେ । ଭୁବନେଶ୍ୱର ରୁ ବ୍ରହ୍ମପୁର ଅଭିମୁଖେ ଏକ ମାଲବାହୀ ଟ୍ରେନ ଆସୁଥିବା ଦେଖି ରଞ୍ଜୁ ଅଟକି ଯାଇଥିଲେ ମାଲବାହୀ ଟ୍ରେନ ଗଲାପରେ ମୁଣ୍ଡରେ ମସଲା ବୋଝେଇ ଟୋକେଇ ଧରି ତରବରରେ ରେଳ ଲାଇନ ପାର ହୋଇ ଷ୍ଟେସନ ପଟକୁ ଆସୁଥିବା ବେଳେ ବ୍ରହ୍ମପୁର ପଟୁ ଏକ ଦ୍ରୁତଗାମୀ ଟ୍ରେନ ମାଡି ଆସିଥିଲା ଯାହାକୁ ରଞ୍ଜୁ ଦେଖିପାରି ନଥିଲେ । ଟ୍ରେନ ନମ୍ବର ୦୬୧୭୦ ଭିଲିପୁରମ–ପୁରୁଲିଆ ଏକ୍ସପ୍ରେସ ଅତି ଦ୍ରୁତ ଗତିରେ ଆସି ରଞ୍ଜୁଙ୍କ ଉପରେ ମାଡି ଯାଇଥିଲା ଫଳରେ ମହିଳାଙ୍କ ମୃତ ଦେହ ଷ୍ଟେସନର ମଧ୍ୟଭାଗ ଅର୍ଥାତ ପ୍ରାୟ ୨୦୦ ମିଟର ଦୂର ପର୍ଯ୍ୟନ୍ତ ଖଣ୍ଡ ବିଖଣ୍ଡିତ ଅବସ୍ଥାରେ ବିଛାଡି ହୋଇ ପଡ଼ିଥିଲା । ଏହି ଦୃଶ୍ୟ ଦେଖି ଅଞ୍ଚଳବାସୀ ଭୟରେ ଥରି ଉଠିଥିଲେ । ଖବର ପାଇ ମହିଳାଙ୍କ ସ୍ୱାମୀ ସନ୍ତୋଷ କୁମାର ବେହେରା ଖଲ୍ଲିକୋଟ ଷ୍ଟେସନରେ ପହଞ୍ଚି ଥିଲେ । ଦୀର୍ଘ ସମୟ ଶବ ପଡି ରହିବା ପରେ ବ୍ରହ୍ମପୁର ରୁ ଜି ଆର ପି ପୋଲିସ ଆସି ଅପରାହ୍ନରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here