ଅବକାରୀ ଚଡାଉ , ବିପୁଳ ପରିମାଣରେ ମଦ ଓ ପୋଚ ଜବତ ସହ ୨ ଗିରଫ

0
469

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଧଳସାମନ୍ତ ଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଅବକାରୀ ନିରୀକ୍ଷକ ବିପ୍ର ଚରଣ ମଣ୍ଡଳ ଙ୍କ ନେତୃତ୍ୱରେ ଆଜି ପୁଣି କୋଷାଗୁମୁଡା ବ୍ଲକ ର ବିଭିନ୍ନ ସ୍ଥାନରେ ଚଡାଉ କରାଯାଇ ବିପୁଳ ପରିମାଣରେ ମଦ ଓ ପୋଚ କୁ ନଷ୍ଟ କରାଯାଇଥିବା ଜଣାପଡିଛି । ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ କୋଷାଗୁମୁଡା ବ୍ଲକ କୋଷାଗୁମୁଡା ଥାନା ଅନ୍ତର୍ଗତ ସାନଆମ୍ବଡା , ବଡ଼ଆମ୍ବଡା ,ଘାଟକୁସୁମୀ ,ଲୁଡୁଗୁଡା ,କାନାଗୁଡା ,ନେଇଗାଁ ଓ ବୋରିପଦର ଗ୍ରାମ ଉପରେ ଅଚାନକ ଚଡାଉ କରାଯାଇ ପ୍ରାୟ ୫୦ ଲିଟର ଦେଶୀ ରନ୍ଧା ମଦ ଓ ପ୍ରାୟ ୨ ହଜାର ଲିଟର ମହୁଲପୋଚ କୁ ଜବତ କରି ନଷ୍ଟ କରାଯାଇଛି । ଏଥିରେ ସମ୍ପୃକ୍ତ ସାନଆମ୍ବଡା ଗ୍ରାମର ବାଳକୃଷ୍ଣ ଧୋବି ଓ ଘାଟକୁସୁମୀ ଗ୍ରାମର ମଙ୍ଗିରି ମାଝୀ ଙ୍କଠାରୁ ୨୦ ଲିଟର ଦେଶୀ ମଦ ଜବତ କରି ଆଜି ଅବକାରୀ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି । ଆଜିର ଏହି ଅବକାରୀ ଚଡାଉରେ ନବରଙ୍ଗପୁର ମୋବାଇଲ ସ୍କ୍ୱାର୍ଡ ଅବକାରୀ ନିରୀକ୍ଷକ ହରିହର ସିଂ, ଅବକାରୀ ଉପନିରୀକ୍ଷକ ହର ପ୍ରସାଦ ରଣା , ଅବକାରୀ ସହଉପନିରୀକ୍ଷକ ରାଜେନ୍ଦ୍ର ପଟନାୟକ , ଜଗବନ୍ଧୁ ଯାନୀ , ସୁବ୍ରତ କେଶରୀ ହିରନ , ଅବକାରୀ କନେଷ୍ଟବଳ ଦେବେନ୍ଦ୍ର ସମରଥ , ରୀନା ବଡନାୟକ , ରଞ୍ଜିତ ସିଂ ପ୍ରମୁଖ ସାମିଲ ଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here