ଋଷୁକୂଲ୍ୟା ରୟତ ମହାସଭା ବ୍ଲକ ଶାଖା ଓ ମହିଳା ବିଜୁ କୃଷକ କଲ୍ୟାଣ ସଂଗଠନ ର ୧୪ ଦଫା ଦାବୀ ପତ୍ର ପ୍ରଦାନ

0
290

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଚାଷୀ ବିରୋଧୀ ନୀତି ବିରୁଦ୍ଧରେ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତିର ଆହ୍ୱାନ କ୍ରମେ ଋଷୁକୂଲ୍ୟା ରୟତ ମହାସଭା ବେଗୁନିଆପଡା ବ୍ଲକ ଶାଖା ଓ ମହିଳା ବିଜୁ କୃଷକ ସଂଗଠନ ତରଫରୁ ଶାନ୍ତି ଶୃଙ୍ଖଳାର ସହିତ ତିନି ଟି କୃଷକ ବିରୋଧୀ ଆଇନ ଓ ୧୪ ଦଫା ଦାବୀ ପତ୍ର ମହାମହିମ ରାଷ୍ଟ୍ରପତି ଓ ଓଡିଶା ମୁଖ୍ୟମନ୍ତ୍ରୀ ଙ୍କ ଉଧେଶ୍ୟରେ ବ୍ଲକ ଏବିଡ଼ିଓ ଶ୍ରୀଯୁକ୍ତ ନିରାକାର ଜେନାଙ୍କୁ ପ୍ରଦାନ କରାଯାଇଛି | ଏହି ମିଳିତ ଉଦ୍ୟମର ନେତୃତ୍ୱ ନେଇଥିବା ମହାସଭାର ଶାଖା ସମ୍ପାଦକ ଶ୍ରୀ ଭାସ୍କର ନାୟକ ଓ ବିଜୁ କୃଷକ କଲ୍ୟାଣ ସଂଗଠନ ର ସଭାନେତ୍ରୀ ଶ୍ରୀମତୀ ନଳିନୀ ନାୟକ, ସମ୍ପାଦକ ବବିତା ଗୌଡ଼, ଆବାହକ ପ୍ରଭାସିନୀ ସାହୁ, କୋଷାଧକ୍ଷ ସୁନିତା ଜେନା, ଉପଦେଷ୍ଟା ବନିତା ମହାପାତ୍ର, ଶୋଭା ବେହେରା ପ୍ରମୁଖ ଯୋଗ ଦେଇଥିଲେ | ବେଗୁନିଆପଡା ଫାଣ୍ଡି ପୋଲିସ ବନ୍ଦ ଡାକରାରେ ସହଯୋଗ କରିଥିଲେ |

LEAVE A REPLY

Please enter your comment!
Please enter your name here