ଘୋଷଯାତ୍ରା ନିରାଡମ୍ବର ଭାବେ ବଡ ଏକାଦଶୀ ତିଥି ନୀତି କାନ୍ତି କୁ ପାଳିତ

0
245

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଶ୍ରୀ ଜଗନ୍ନାଥ ମନ୍ଦିର ରେ ବର୍ତମାନ ର ସରକାରୀ କୋଭିଡ ନିୟମ ଅନୁସାରେ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ ଅନୁସାରେ ବିନାଭକ୍ତରେ ଚଳିତ ବର୍ଷ ରଥଯାତ୍ରା କାର୍ଯ୍ୟକ୍ରମ ତିନି ଦିଅଁଙ୍କ ରୀତି ନୀତି ଅନୁସାରେ ଠାକୁର ଙ୍କ ନୀତି କାନ୍ତି କୁ ବିନା ଭକ୍ତଙ୍କ ସମାଗମ ରେ ସମାପନ ହୋଇଯାଇଛି। ଆଜିର ବାହୁଡ଼ା ବିଜେ ଏବଂ ବଡଏକାଦଶୀ ତୀଥି କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି କରାଯାଇଛି। ଏହି କଟକଣା ପରିସରରେ ଠାକୁର ଙ୍କ ମନ୍ଦିର ପରିସର ମଧ୍ୟରେ ନୀତି କାନ୍ତି ଅନୁସାରେ କାର୍ଯ୍ୟକ୍ରମ ସମ୍ପାଦନା କରାଯାଇଥିଲା। ଭକ୍ତ ଙ୍କ ମନଦୁଃଖ ହୋଇଥିବା ଦେଖିବାକୁ ମିଳିଛି ଯାହା କି ସକାଳ ଏବଂ ସନ୍ଧ୍ୟା କାଳିନ ଆଳତି ମଧ୍ୟ ଦେଖିବାକୁ ସର୍ବସାଧାରଣ ଙ୍କ ପାଇଁ ବାରଣ କରାଯାଇଥିଲା। ସଂପୂର୍ଣ୍ଣ ରୁପେ ନୀତି କାନ୍ତି କୁ ଧରି ବିନା ଭକ୍ତଙ୍କ ସମାଗମ ରେ ଚଳିତ ବର୍ଷ ରଥଯାତ୍ରା କାର୍ଯ୍ୟକ୍ରମ ନିରାଡମ୍ବର ଭାବେ ସଂପାଦନ କରିଥିଲେ ଜଗନ୍ନାଥ ମନ୍ଦିର ର ସମସ୍ତ ପୁଜକଙ୍କ ଦ୍ଵାରା ଏହି ସମସ୍ତ କାର୍ଯ୍ୟକ୍ରମକୁ ବର୍ତମାନ ର କରୋନା ମହାମାରୀ ର ଦ୍ବିତୀୟ ଲହରୀ କୁ ଆଖି ଆଗରେ ରଖି ଅତି ସୁରୁଖୁରୁରେ ପରିଚାଳନା କରିଥିଲେ।।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here