କୋଷାଗୁମୁଡା ବ୍ଲକରେ ନୂତନ ବିଏସଏସଓ ଙ୍କ ଯୋଗଦାନ

0
499

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କାର୍ଯ୍ୟାଳୟ ଠାରେ ନୂତନ ଭାରପ୍ରାପ୍ତ ବିଏସଏସଓ ଭାବେ ସୌମ୍ୟରଞ୍ଜନ ନାୟକ ଦାଇତ୍ୱ ଗ୍ରହଣ କରିଛନ୍ତି । ଏଥିପୂର୍ବରୁ କୋଷାଗୁମୁଡା ବିଏସଏସଓ ଭାବେ ପ୍ରଶାନ୍ତ କୁମାର ବେହେରା କାର୍ଯ୍ୟରତ ଥିଲେ । ଶ୍ରୀ ବେହେରା ଙ୍କୁ ନବରଙ୍ଗପୁର ବ୍ଲକ କୁ ବଦଳି ପରେ ନୂତନ ଭାବେ ଶ୍ରୀ ନାୟକଙ୍କୁ କୋଷାଗୁମୁଡା ବ୍ଲକ ରେ ନିଯୁକ୍ତି ଦିଆଯାଇଛି । ଆଜି ନୂତନ ଭାରପ୍ରାପ୍ତ ବିଏସଏସଓ ଙ୍କୁ ପୂର୍ବତନ ବିଏସଏସଓ ଶ୍ରୀ ବେହେରା କାର୍ଯ୍ୟଭାର ହସ୍ତାନ୍ତର କରିଥିଲେ । ଏହି ପରିପ୍ରେକ୍ଷୀରେ ସାମାଜିକ ସୁରକ୍ଷା ବିଭାଗ ର କାର୍ଯ୍ୟ ସହାୟକ ବାଳକୃଷ୍ଣ ସାହୁ ଓ ଅନ୍ୟମାନେ ଶ୍ରୀ ନାୟକଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଆଗାମୀ ଦିନରେ କୋଷାଗୁମୁଡା ବ୍ଲକ ର ଗରିବ ଲୋକ ଙ୍କ ସମସ୍ତ ପ୍ରକାର ସରକାରଙ୍କ ସହାୟତା କିଭଳି ଲୋକେ ପାଇପାରିବେ ସେଦିଗରେ ସେ କାର୍ଯ୍ୟ କରିବେ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here