କୁକୁଡାଖଣ୍ଡି ଉପ ନିବନ୍ଧକ କାର୍ଯ୍ୟାଳୟ ତରଫରୁ ୭୨ତମ ବନ ମହୋତ୍ସବ ପାଳନ

0
320

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)କୁକୁଡାଖଣ୍ଡି ଉପ ନିବନ୍ଧକ କାର୍ଯ୍ୟାଳୟ ତରଫରୁ ୭୨ତମ ବନ ମହୋତ୍ସବ ପାଳନ କରାଯାଇଛି।କୁକୁଡାଖଣ୍ଡି ଉପ-ନିବନ୍ଧକ ତଥା ଛତ୍ରପୁର ଅତିରିକ୍ତ ତହସିଲଦାର ଶ୍ରୀ କବିରାଜ ଆର୍ଯ୍ୟଙ୍କ ନେତ୍ତୃତ୍ୱରେ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ନାରିକେଳ,ପିଜୁଳି, ଜାମୁ କୋଳି ,ଅଁଳା ଆଦି ଅନେକ ଉପାଦେୟ ବୃକ୍ଷ ଚାରା ରୋପଣ କରାଯାଇଛି।ଶ୍ରୀ ଆର୍ଯ୍ୟ କହିଥିଲେ ଯେ ବୃକ୍ଷ ର ବିକଳ୍ପ ନାହିଁ ,ବୃକ୍ଷ ବିନା ଜୀବ ଜଗତ ର ପରିକଳ୍ପନା ନାହିଁ।ସାରା ବିଶ୍ବ ବର୍ତ୍ତମାନ ଗ୍ଲୋବାଲ ୱର୍ମିଂଗ୍ ଓ ମହାମାରୀ କରୋନା ପ୍ରଭାବରେ କବଳିତ,ସବୁର ମୁଖ୍ୟ ହେଉଛି ଜୀବ ଜଗତର ଅସନ୍ତୁଳ, ଜୀବ ଜଗତ ତିଷ୍ଠି ରହିବାକୁ ହେଲେ ଏକମାତ୍ର ବିକଳ୍ପ ହେଲା ବୃକ୍ଷ ରୋପଣ ତେଣୁ ଆସନ୍ତୁ ସମସ୍ତେ ନିଜ କାର୍ଯ୍ୟାଳୟ, ବାସଗୃହ ଆଦି ଖୋଲା ସ୍ଥାନରେ ଜନ୍ମ ଦିବସ, ବିବାହ, ବିବାହ ବାର୍ଷିକୀ ଆଦି ସାମାଜିକ କାର୍ଯ୍ୟକ୍ରମରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା। ଆଜିର କାର୍ଯ୍ୟକ୍ରମରେ ଆଞ୍ଚଳିକ ଵିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର,ଦଲିଲ ଲେଖକ ଶ୍ରୀକାନ୍ତ ସାହାଣୀ,ସରୋଜ କୁମାର ପାତ୍ର,ଶିବ ପ୍ରସାଦ ପଟନାୟକ,ଦିବ୍ୟ ଲୋଚନ ପଟନାୟକ,କୈଳାସ ଖଟାଇଙ୍କ ସହ କାର୍ଯ୍ୟାଳୟ କର୍ମଚାରୀ ସଦାଶିବ ଗୌଡ଼,ପ୍ରଶାନ୍ତ ନାୟକ,କୁନିଙ୍କ ସହ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ଚାରାରୋପଣ କରିଥିଲେ।
ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here