କର୍କଟ ରୋଗରେ ଆକ୍ରାନ୍ତ ହୋଇ ସ୍ୱାମୀଙ୍କ ମୃତ୍ୟୁ ପରେ… ପତ୍ନୀ ଓ ଦୁଇ ପୁଅ ବେସାହାରା…. ବିଧବା ଭତ୍ତା ଆଜି ଯାଏଁ ମିଳିନି..

0
314

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୁମ୍ଭାର ଗାଁ ପଞ୍ଚାୟତର କୁମାରିପାରି ନିକଟସ୍ଥ ଶାଳୁଆ ପଦର ସାହିର ନମିତା ମହାଙ୍କୁଡ (35) l ଚାରି ବର୍ଷ ପୂର୍ବରୁ ତାଙ୍କ ସ୍ୱାମୀ ପ୍ରକାଶ ମହାଙ୍କୁଡଙ୍କର ପେଟରେ ବ୍ୟଥା ହେବା ପରେ ପେଟରେ କର୍କଟ ରୋଗ ହୋଇଥିବା କଥା ଜଣାପଡିବl ପରେ ପତ୍ନୀ ନମିତାଙ୍କ ପାଦ ତଳୁ ମାଟି ଖସିଯାଇଥିଲା l ସ୍ୱାମୀ କଷ୍ଟେ ମଷ୍ଟେ 10 ହାତ ଘର କରିଥିବା ବେଳେ ଜମି ସବୁ ଦୁଇ ଭରଣ ଥିଲା l ସ୍ୱାମୀଙ୍କ ଚିକତ୍ସା ପାଈଁ ଶେଷରେ 5 ହାତ ଘର ବିକ୍ରି କରିବା ପରେ ବି ଚିକତ୍ସା ପାଈଁ ଅଧିକ ଅର୍ଥ ଦରକାର ପଡିବl ପରେ ଶେଷରେ ପତ୍ନୀ ଜମି ଦୁଇ ଭରଣ ବିକ୍ରି କରି ତାଙ୍କର ମେଡିକାଲରେ ଚିକତ୍ସା କରିବା ପରେବି ସ୍ୱାମୀ ପ୍ରକାଶ 3 ବର୍ଷ ପୂର୍ବେ ଆଖି ବୁଜିଦେଲେ l ଘରେ ଅର୍ଥାଭାବ ସହ ଦୁଇ ପୁଅ ଦୀପକ (12) ଓ ରାଜା (9) l ବ୍ଲକରେ ବିଧବା ଭତ୍ତା ପାଈଁ ଆବେଦନ କରିବା ସହ ରାସନ କାର୍ଡ ପାଈଁ ମଧ୍ୟ 3 ବର୍ଷ ହେଲା ଆବେଦନ କରି ଦୌଡ଼ି ଦୌଡ଼ି ନୟାନ୍ତ ହୋଇଯାଇଥିଲେବି କୌଣସି ସୁଫଳ ମିଳିନାହିଁ ବୋଲି ସେ ଦୁଃଖରେ ପ୍ରକାଶ କରିବା ସହ ନିଜ ବାପା ଘରୁ ଚାଉଳ ଆଣି ଧାର ଉଦ୍ଧାର କରି ପରିବାର ଚଳାଉଛନ୍ତି ନମିତା l ଏପରିକି ବର୍ତ୍ତମାନ ମୂଲ ଲାଗି କଷ୍ଟରେ ଦୁଇ ପିଲା ଓ ନିଜ ପାଈଁ ତେଲ ଲୁଣ ଯୋଗାଡ କରୁଛନ୍ତି l ସ୍ୱାମୀଙ୍କ ସ୍ବପ୍ନ ଥିଲା ଦୁଇ ପୁଅକୁ ପାଠ ପଢାଇ ମଣିଷ କରିବା ସହ ପତ୍ନୀ ଘରେ ରହି ପରିବାର ଚଳାଇବେ l କିନ୍ତୁ ଶେଷରେ ସବୁକିଛି ଓଲଟ ପାଲଟ ହୋଇଗଲା l ବିଧବା ଭତ୍ତା ଓ ରାସନ କାର୍ଡ ପାଈଁ ବିଡ଼ିଓ ବେଦବର ପ୍ରଧାନଙ୍କ ସହ ଯୋଗାଯୋଗ କରିବା ପରେ ସେ ଏହାକୁ ଗୁରୁତର ସହ ଦେଖି ପାଇବାର ବ୍ୟବସ୍ଥା କରିବେ ବୋଲି ପ୍ରକାଶ କରିଛନ୍ତି l ଅପର ପକ୍ଷରେ ବ୍ଲକ ଯୋଗାଣ ଅଧିକାରୀ ଶରତ ବେହେରାଙ୍କ ସହ ଯୋଗାଯୋଗ କରିବାରେ ସେ ପ୍ରକାଶ କରିଛନ୍ତି ଯେ ରାସନ କାର୍ଡ 10/9/2020 ରେ ହୋଇଯାଇଛି ଏବଂ ନମିତା ଏହି କୋଟl ପାଇବେ l ସେପଟେ ନମିତlଙ୍କ ବିଧବା ଭତ୍ତା ପ୍ରଦାନ କରିବା ପାଈଁ ସେ ନିବେଦନ କରିଛନ୍ତି l

LEAVE A REPLY

Please enter your comment!
Please enter your name here