ଇତିହାସରେ ନୂଆଁ ଏକ ଗୌରବମୟ ଫର୍ଦ୍ଦ ଭାବରେ ଯୋଡି ହେଇଗଲା କ୍ଷୁଦ୍ର ଚଳଚ୍ଚିତ୍ର “ଦେବଦୂତ”

0
293

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା):ଏ ମାଟି ପାଇଁ ପୁଣି ଏକ ସମ୍ମାନ ଆଣିଛି ପବିତ୍ର ବାହୁଡା ଅବସରରେ ଇତିହାସରେ ନୂଆଁ ଏକ ଗୌରବମୟ ଫର୍ଦ୍ଦ ଭାବରେ ଯୋଡି ହେଇଗଲା ଦେବଦୂତ।ଏକ କ୍ଷୁଦ୍ର ଚଳଚିତ୍ର ତା ଭିତରେ ମହାନ ଉଦ୍ଧେଶ୍ୟ ଏବଂ ବିରାଟ ଚିନ୍ତାଧାରା ସ୍ୱଳ୍ପ ସମୟ ଅବଧି ଭିତରେ ବହୁତ କିଛି ଦେଖେଇବାରେ ସଫଳ ହୋଇଛନ୍ତି ଦେବଦୂତ।ଏହି ଚଳଚିତ୍ରରେ ନିର୍ଦ୍ଦେଶକ ଭାବରେ କାହାଣୀର ପରିକଳ୍ପନା ଦାୟିତ୍ୱରେ ନିଜେ ପ୍ରଯୋଜକ ବାସ୍ତୁବିତ ସନ୍ୟାସୀ ମହାରଣା ଥିବା ବେଳେ।କାହାଣୀର ସଂଳାପ ଦାୟିତ୍ୱରେ ଯୁବକବି ରତ୍ନାକର ସିୟ। ଅଭିନୟରେ ବରିଷ୍ଠ ନାଟ୍ୟକାର ନାଟ୍ୟ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ପଣ୍ଡା। ଯୁବ ଅଭିନେତା ଶିକ୍ଷାବିତ୍ ମଧୁସୂଦନ ମିଶ୍ର ଏବଂ କିନ୍ନର ଅଭିନୟରେ ଆଇଶା ନିଜର ସର୍ବଶ୍ରେଷ୍ଠ ଚେଷ୍ଟା ସହ ନିଜର ଅବଦାନ ଦେଇଛନ୍ତି।ଚିତ୍ରୋତଳନରେ ଟୁଟୁ ପ୍ରଧାନ ଏବଂ ସହଯୋଗୀ ଶତିଶ ମିଶ୍ର ସହଯୋଗ କରିଥିବା ବେଳେ ସମ୍ପାଦନା ଦାୟିତ୍ୱରେ ତେଜେଶ୍ୱର ସାମଲ ଥିଲେ।ଏକାନ୍ତ ସହଯୋଗୀ ଭାବରେ ଚିନ୍ମୟ ରଞ୍ଜନ ମିଶ୍ର ରବୀନ୍ଦ୍ର ନାଥ ସାହୁ ବିକାଶ ମହାରଣା ବାଲ୍ମୀକି ବିଷୋୟୀ ଏବଂ ସଦାନନ୍ଦ ସାହୁ ସହଯୋଗ ପ୍ରଦାନ କରିଥିଲେ। ମାର୍ଗଦର୍ଶକ ଭାବରେ ବରିଷ୍ଠ ସାମ୍ବାଦିକ ଶିଶିର ପାଣିଗ୍ରାହୀ, ସୁଦୀପ ସାହୁ,ବାବୁଲା ମହାପାତ୍ର ଏବଂ ଡାକ୍ତର ବିମଳ କୁମାର ପଣ୍ଡା ମାର୍ଗଦର୍ଶକ ଭାବରେ ଚଳଚିତ୍ର ନିର୍ମାଣ ପାଇଁ ନିଜର ଅଭିମତ ଦେଇଥିଲେ। ଆଜି ୨୦୦୦ ରୁ ଉର୍ଦ୍ଧ ଦେଶ ଏବଂ ଦେଶ ବାହାରୁ ଆସି ଅଂଶଗ୍ରହଣ କରିଥିବା ଚଳଚିତ୍ର ମାନଙ୍କର ମଧ୍ୟରେ ଶ୍ରେଷ୍ଠ ତୃତୀୟ ସ୍ଥାନ ଅଧିକାର କରିବା ସହ ପାଞ୍ଚ ଗୋଟି ବିଭାଗରେ ସାତରୁ ଅଧିକା ପୁରସ୍କାର ହାସଲ କରିବା ନିହାତି ଭାବରେ ପୁଣି ଓଡିଶା ଏବଂ ଗଞ୍ଜାମ ମାଟି ପାଇଁ ଗୌରବ ଆଣିଦେଇଛି ଦେବଦୂତ।ଦେବଦୂତକୁ ଆଶିର୍ବାଦ ଦେଇଥିବା ଦର୍ଶକ ଏବଂ ଆମର ଶୁଭେଶ୍ଚୁ ମାନଙ୍କୁ ଈଶା ଭିଜନ ତରଫରୁ ଧନ୍ୟବାଦ ଜ୍ଞାପନ କରୁଅଛି।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here