କୋଦଳା ଠାରେ ବେଗୁନିଆପଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁଦିବସ ପାଳିତ

0
251

କୋଦଳା : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କୋଦଳା ସ୍ଥିତ ଖରୁଡା ସାହି ପ୍ରାଥମିକ ବିଦ୍ୟାଳୟ ପରିସରରେ ପବିତ୍ର ଗୁରୁଦିବସ ପାଳିତ ହୋଇଯାଇଛି । ସଂଘ ସଭାପତି ନାରାୟଣ ଭୂୟାଁଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବେଗୁନିଆପଡା ବି ଇ ଓ କମଳାକାନ୍ତ ସାହୁ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଡ଼ଃ ଜଗନ ମୋହନ ମହାପାତ୍ର ସମ୍ମାନିତ ଅତିଥି ଭାବେ ପୂର୍ବତନ ଶିକ୍ଷା ଉପ ପରିଦର୍ଶକ ସୁଦର୍ଶନ ବାରିକ, ଅବସରପ୍ରାପ୍ତ ଏ ବି ଇ ଓ ରବି ନାରାୟଣ ମିଶ୍ର, ଦେବେନ୍ଦ୍ର କୁମାର ମହାରଣା ପ୍ରମୁଖ ଯୋଗ ଦେଇ ଗୁରୁଦିବସର ମହତ୍ଵ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ସମ୍ପାଦକ ଜୟଦେବ ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଶିକ୍ଷକ ପ୍ରଭାତ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବେଗୁନିଆପଡା ବ୍ଲକରୁ ଚଳିତ ବର୍ଷ ଅବସର ନେଇଥିବା ୧୨ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶ୍ରୀଯୁକ୍ତ ରବି ନାରାୟଣ ମିଶ୍ର, ବଂଶୀଧର ପ୍ରଧାନ, ପଦ୍ମ ଚରଣ ପ୍ରଧାନ, ତ୍ରିଲୋଚନ ମହାରଣା, ମହିମନିଷା ବେଗମ, ଏମ.ରାଘବ ସୁବୁଦ୍ଧି, ସ୍ଵର୍ଣମୟୀ ମିଶ୍ର ଗଣପତି ରାୟ, ଶଙ୍କର୍ଷଣ ସାହୁ, ରାମ ଚନ୍ଦ୍ର ସେଠୀ, ଜୟସେନ ବିଶୋଇ, ରାମହରି ବିଶୋଇ ପ୍ରମୁଖଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଥିଲା । ଦୁଇ ଭଉଣୀ ଉଷାରାଣୀ ମହାପାତ୍ର ଓ ଆଶାରାଣୀ ମହାପାତ୍ର ବେଦପାଠ କରିଥିଲେ । ଶିକ୍ଷୟିତ୍ରୀ ପ୍ରମିଳା ପାଣି ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଶିକ୍ଷକ ରବି ନାରାୟଣ ଶତପଥୀ ଓ ସୁଧାକର ପରିଡା, ସୋମନାଥ ସେଠୀଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରିପୋର୍ଟ :ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here