ଗଞ୍ଜେଇ ସହ ଅଟୋ ଜବତ :ଅଭିଯୁକ୍ତ ଫେରାର

0
306

ବାଲିଗୁଡା,(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଏସଆଇ ଶାନ୍ତୁନୁ ପ୍ରଧାନ ଓ ଏକ ଟିମ୍ ସହ ପାଟ୍ରୋଲିଂ କରୁଥିବା ସମୟରେ ମେଲସିକିଆ ପଟୁ ଆସୁଥିବା ଏକ ବାଜାଜ ଅଟୋ ନଂ. ଓଡି -୧୨-ଏ- ୬୫୩୦ କୁ ଯାଞ୍ଚ କରିବା ବେଳେ ଗାଡ଼ିରୁ ୩୫ କିଲୋ ୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଅଭିଯୁକ୍ତ ଜଣକ ଅଟୋ ଛାଡି ଫେରାର ହୋଇଯାଇଛି l ପୋଲିସ ଗାଡ଼ିକୁ ଜବତ କରି ଥାନାକୁ ଆଣିଥିଲେ | ବାଲିଗୁଡ଼ା ଥାନା ଏଏସଆଇ ଶାନ୍ତୁନୁ ପ୍ରଧାନ କେସ୍ ନଂ ୧୧୮/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ଥିବା ବିଷୟ ବାଲିଗୁଡା ଡ଼ିଏସପି ସ୍ବରାଜ ଦେଵତା ପ୍ରକାଶ କରିଛନ୍ତି |

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here