ଭକ୍ତ ର ନିବେଦନ

0
494

ଚକ୍ଷୁ ର ଅନ୍ତର୍ନିହିତ କୋଣରୁ
ଉଷ୍ମ ଅଶ୍ରୁ ର ଦୁଇ ଧାର
ବୋହିଯାଏ ତୋ ବଡ଼ଦାଣ୍ଡର
ଶରଧାବାଲି ରେ……

ଆଜି………..

ଘଣ୍ଟ ଘଣ୍ଟା ଧ୍ୱନୀରେ
ପ୍ରକମ୍ପିତ ତୋ ବଡ଼ଦାଣ୍ଡ
ସେବକ ଙ୍କ ଗହଣ ରେ
ତୋ ରଥ ଧାବମାନ

ତୋ ବ୍ରହ୍ମ ଅବୟବ କୁ
ଦେଖିପାରିଲାନି ଏ ତୃଷାର୍ତ୍ତ ନୟନ

ହେ ଭକ୍ତ ହୃଦୟ ର
ମଉଡମଣୀ
ଭକ୍ତ ର ଭକ୍ତି ରେ
ବଶୀଭୂତ ତୁ
ଆଜି କିମ୍ପା ମୈ।ନ

ହେ ନିରାକାର
ବର୍ଷକର ପ୍ରତୀକ୍ଷାରତ
ଆକୁଳ ହୃଦୟ ର ନିବେଦନ
କରିପାରିଲିନି ସାକାର

ମାୟାଧର
ତୁମ ମାୟା ଏ ଅକିଞ୍ଚନ
ଭକ୍ତ ର ଅଗୋଚର

ଚର୍ମ ଚକ୍ଷୁ ରେ
ଦେଖିବାର ପିପାସା…….
ସୁସଜ୍ଜିତ ରଥରେ
ଶୋଭିତ ତୁମର ବାମନ ରୂପ କୁ

ଦୟାସାଗର ହେ…….
ଦୟାକର ଆଜି ତୁମ ଭକ୍ତ ଗଣଙ୍କୁ

ତୁମେ ଆଦି ତୁମେ ଅନନ୍ତ
ତୂମେ ଶୂନ୍ୟ ରୁ
ପୁର୍ଣ୍ଣ ଯାଏ ପରିବ୍ୟାପ୍ତ

ରକ୍ଷା କର ଆଜି
ଏ ସଂସାର କୁ
କରିଦିଅ ମହାମାରୀ ର ଅନ୍ତ।

ବବିତା ପାତ୍ର

LEAVE A REPLY

Please enter your comment!
Please enter your name here