ଗ୍ରାହକଙ୍କୁ ଠକିବା ମହଙ୍ଗା ପଡିଲା : ଦାରିଙ୍ଗବାଡି ହିରୋ ସୋ ରୁମ କ୍ଷତି ପୂରଣ ଭରିଲା

0
302

ବାଲିଗୁଡା,(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଅଞ୍ଚଳରେ ଥିବା ହିରୋ ସୋ ରୁମ ରେ ଗ୍ରାହକଙ୍କୁ ଠକିବା ପଡ଼ିଛି ମହଙ୍ଗା। ଦାରିଙ୍ଗବାଡ଼ି ସ୍ଥିତ ନାରାୟଣୀ ହିରୋ ସୋରୁମ ଗଣିଲା ଏକାଥର କେ ପାଞ୍ଚ ହଜାର ଟଙ୍କା।ଦୁଇଚକିଆ ଯାନର ଇଞ୍ଜିନ ଅଏଲ ପ୍ରିଣ୍ଟ ଦର ଠାରୁ ଅଧିକ ନେଇ ଗ୍ରାହକଙ୍କୁ ଠକିଥିଲା ହିରୋ ସୋରୁମ। ଦାରିଙ୍ଗବାଡି ଅଞ୍ଚଳର ସମାଜସେବୀ ଦୀନବନ୍ଧୁ ମହାରଣାଙ୍କ ଠାରୁ ବାଇକର ଅଏଲ ବଦଳାଇବା ନାଁରେ ଆବଶ୍ୟକତା ଠାରୁ ଅଧିକ ଚାର୍ଜ କରି ୧୬୦ ଟଙ୍କା ନେଇଥିଲା। ଏନେଇ ସମାଜସେବୀ ଜଣକ ଜିଲ୍ଲା ଖାଉଟି ପରାମର୍ଶ କେନ୍ଦ୍ରର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ଆଧାରରେ ଉକ୍ତ ଘଟଣାର ଶୁଣାଣି ଶୁକ୍ରବାର କରାଯାଇଥିବା ବେଳେ ଦାରିଙ୍ଗବାଡିର ନାରାୟଣୀ ହିରୋ ସୋରୁମ, ଗ୍ରାହକଙ୍କୁ ୫୧୬୦ କ୍ଷତିପୂରଣ ଫେରାଇଥିବା ଜଣାପଡିଛି। ସୂଚନା ମୁତାବକ ଗତ ୩ ତାରିଖ ଦିନ ଦୀନବନ୍ଧୁ ମହାରଣା ନିଜର ଦୁଇଟି ବାଇକର ଇଞ୍ଜିନ ଅଏଲ ବଦଳାଇବା ପାଇଁ ନାରାୟଣୀ ହିରୋ ସୋରୁମକୁ ଯାଇଥିଲେ। ହେଲେ ସୋରୁମ ଅଏଲ ବଦଳାଇବା ନାଁରେ ଆବଶ୍ୟକ ନଥିବା ଦୁଇଟି ନଟ ବାଇକରେ ଲାଗିବା ସହ ଅଏଲ ବୋତଲର ଧାର୍ଯ୍ୟ ହୋଇଥିବା ପ୍ରିଣ୍ଟ ମୂଲ୍ୟ ଠାରୁ ଅଧିକ ଟଙ୍କା ବୋତଲ ପିଛା ଚାର୍ଜ କରି ନିଜର ପାରିଶ୍ରମିକ ମୂଲ୍ୟ ସହ ୭୭୦ ଟଙ୍କାର ବିଲ ଦେଇଥିଲା। ଯାହାକି ୧୬୦ ଟଙ୍କା ଅଧିକ ସୋରୁମ ଚାର୍ଜ କରିଥିଲା। ଏନେଇ ପଚାରିବାରୁ ଗ୍ରାହକଙ୍କୁ ସୋ ରୁମର ମ୍ୟାନେଜର ଅସମାନ କରି ଦୁର୍ବ୍ୟବହାର ଦେଖାଇଥିଲା। ଫଳରେ ଗ୍ରାହକ ଦୀନବନ୍ଧୁ ମହାରଣା ଜିଲ୍ଲା ଖାଉଟି ପରାମର୍ଶ କେନ୍ଦ୍ରରେ ଅଭିଯୋଗ କରିଥିଲେ। ଶୁକ୍ରବାର ଦିନ ତାଙ୍କୁ କ୍ଷତିପୂରଣ ସ୍ୱରୂପ ୫୧୬୦ ଟଙ୍କା ମିଳିଥିବା ଜଣାପଡିଛି ।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here