ପୋଲସରା ବ୍ଲକ ଭି.ଆର.ପି.ମାନଙ୍କ ତାଲିମ ଶିବିର

0
279

ପୋଲସରା : ପୋଲସରା ବ୍ଲକ ସମିତି ସଭା ଗୃହରେ ଜୁଲାଇ ୧୭ ତାରିଖ ଦିନ ବ୍ଲକ ଗ୍ରାମ୍ୟ ସାଧନ କର୍ମୀ ମାନଙ୍କ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ଶିବିରକୁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିଲେ। ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ ଭି.ଆର.ପି. ମାନଙ୍କୁ ସାମାଜିକ ସୁରକ୍ଷା ସମୀକ୍ଷା ପ୍ରଣାଳୀ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ପ୍ରତି ଗ୍ରାମ ପଞ୍ଚାୟତର ଗ୍ରାମ୍ୟ ସାଧନ କର୍ମୀ ମାନଙ୍କ ଦାୟିତ୍ୱ ହେଲା କେଉଁମାନେ ସାମାଜିକ ସୁରକ୍ଷା ଅନ୍ତର୍ଭୁକ୍ତ ହେବାକୁ ଯୋଗ୍ୟ ତାହା ସମୀକ୍ଷା କରି ବିବରଣୀ ପ୍ରଦାନ କରିବେ। ସେମାନେ ଯେପରି କୌଣସି ଚାପର ବଶବର୍ତ୍ତୀ ନହୋଇ ନିରପେକ୍ଷ ଭାବେ କାମକରିବେ ସେଥିପ୍ରତି ତାଲିମରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here