ବିଜେଡି ସୋସିଆଲ ମିଡ଼ିଆ ସେଲର ନଵନିଯୁକ୍ତ ବ୍ଲକ ଓ ଏନଏସି ଡିଜିଟାଲ ସେକ୍ରେଟାରୀମାନଙ୍କୁ ସାମନ୍ତରାପୁର ଗାଁରେ ସ୍ୱାଗତ ସମ୍ବର୍ଦ୍ଧନା

0
295

ଦିଗପହଣ୍ଡି:ଦିଗପହଣ୍ଡି ବ୍ଲକ ଅଧିନସ୍ଥ କୁଶପଡା ପଞ୍ଚାୟତର କେ.ସାମନ୍ତରାପୁରଗାଁରେ ଶନିବାର ଅପରାହ୍ନରେ ବିଜେଡ଼ି ସୋସିଆଲ ମିଡ଼ିଆ ସେଲର ନବନିଯୁକ୍ତ ଦିଗପହଣ୍ଡି ବ୍ଲକ ଓ ଏନଏସିର ଡିଜିଟାଲ ସେକ୍ରେଟାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଦିଗପହଣ୍ଡି ବ୍ଲକ ଡିଜିଟାଲ ସେକ୍ରେଟାରୀ ବିପ୍ଳବ ମିଶ୍ର , ଦିଗପହଣ୍ଡି ଏନଏସି ଡିଜିଟାଲ ସେକ୍ରେଟାରୀ କାହ୍ନୁ ଚରଣ ଦୋରା ଏବଂ ଶେରଗଡ଼ ବ୍ଲକ ଡିଜିଟାଲ ସେକ୍ରେଟାରୀ ବିପ୍ଳବ ସେଠି ଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ବ୍ଲକ ଉପାଧ୍ୟକ୍ଷ ପ୍ରତିନିଧି ଏମ୍.ନିରଞ୍ଜନ ରେଡ୍ଡୀ , କୁଷପଡା ପଞ୍ଚାୟତର ଯୁବ ବିଜୁ ଜନତା ଦଳ ସଭାପତି ସମାଜସେବୀ ଏସ.ସନ୍ତୋଷ ଦୋରା , ଓଡ଼ିଶା ବିଜୁ ଜନତା ଦଳ ର ରାଜ୍ୟ ସମ୍ପାଦକ ସୁନିଲ୍ ଗୌଡ , ଅନିଲ ଦୋରା ,ଛାତ୍ର ନେତା ଗଣେଶ ରେଡ୍ଡୀ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ନବାଗତଙ୍କୁ ଫୁଲ ତୋଡା ଦେଇ ଉପଢୌକନ ଦେଇ ମିଷ୍ଠାନ ଖୁଆଇ ପରସ୍ପରକୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଧିରେଣ୍ ରଣା , ଗୌରୀ ଶଙ୍କର ତ୍ରିପାଠୀ, ଦୁର୍ଗା ପ୍ରଧାନ ଓ ଅନ୍ୟ ଦଳୀୟ କର୍ମୀ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ କୋଭିଡ୧୯ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକଙ୍କୁ ତପ୍ତରତାର ସହ ତ୍ୱରିତ ସେବା ଯୋଗାଇ ଦିଆଯିବାର ସଫଳ ରୂପାୟନ କିଭଳି ପହଞ୍ଚିବ ସେଥିନେଇ ଆଲୋଚନା ହୋଇଥିଲା।

LEAVE A REPLY

Please enter your comment!
Please enter your name here