ଠକାମୀର ନୂଆ ଫର୍ମୁଲା ; ଫୁଲ୍ ହାଣ୍ଡି ମିଳିବ କହି ଉଜ୍ବଳା ଯୋଜନାର ଖାଲି ଗ୍ୟାସ ହାଣ୍ଡି ନେଇ ଗଲେ ଦୁର୍ବୃତ୍ତ

0
287

ଭଞ୍ଜନଗର: ମାଗଣାରେ ମିଳିବ ଫୁଲ୍ ଗ୍ୟାସ ହାଣ୍ଡି। ସରକାରଙ୍କ ଉଜ୍ବଳା ଯୋଜନାରେ ଗରିବ ଲୋକଙ୍କୁ ମିଳିବ ଏହି ସୁବିଧା ଏଭଳି ଠକାମୀର ନୁଆ ପ୍ରଲୋଭନ ଦେଖାଇ ନୀରିହ ଗରିବ ଆଦିବାସୀ ମାନଙ୍କ ଠାରୁ ଖାଲି ଗ୍ୟାସ ସିଲିଣ୍ଡର ଦୁବୃର୍ତ୍ତ ମାନେ ନେଇ ପଳାଇଛନ୍ତି । ଅଭିଯୋଗ ଆସିଛି ଭଞ୍ଜନଗର ଥାନା ମୁଜାଗଡ଼ ପଞ୍ଚାୟତର ସୁତାଙ୍ଗି ଗ୍ରାମରୁ। ଗତ ୧୦/୧୨ ଦିନ ତଳେ କିଛି ବ୍ୟକ୍ତି ଏକ ନୀଳ ରଙ୍ଗର ଡାଲା ଗାଡି ଧରି ଆସି ଗ୍ୟାସ କମ୍ପାନିରୁ ଆସିଥିବା କହିଥିଲେ। ଏଥିସହ ଉଜ୍ବଳା ଯୋଜନାରେ ସେମାନଙ୍କୁ ମାଗଣା ଗ୍ୟାସ ମିଳିବ ସେଥିପାଇଁ ସେମାନଙ୍କୁ ନିଜ ପାଖରେ ରଖିଥିବା ଖାଲି ହାଣ୍ଡି ଦେଲେ ଦିନେ କି ଦୁଇ ଦିନରେ ଫୁଲ୍ ହାଣ୍ଡି ଦିଆଯିବ ବୋଲି କହିଥିଲେ। ସେମାନଙ୍କ କଥାରେ ବିଶ୍ବାସ କରି ଗ୍ରାମବାସୀ ଖାଲି ହାଣ୍ଡି ଦେଇଥିଲେ। କିନ୍ତୁ ଅନେକ ଦିନ ବିତିଲା ପରେ ମଧ୍ୟ କୌଣସି ଗ୍ୟାସ ନମିଳିବାରୁ ଦଦରଲୁଣ୍ଡା ଠାରେ ଥିବା ଜଣେ ବ୍ୟବସାୟୀକୁ ଆସି ପଚାରି ଥିଲେ। ତେବେ ଏଭଳି ଭାବେ କମ୍ପାନି ପକ୍ଷରୁ ଗ୍ୟାସ ସଂଗ୍ରହ ହେଉନଥିବା ବେଳେ ସେମାନେ ଠକେଇ ହୋଇଥିବା ଜାଣିବାକୁ ପାଇଥିଲେ। ପ୍ରାୟ ୧୨ ଜଣଙ୍କ ଘରୁ ଏଭଳି ଖାଲି ଗ୍ୟାସ ହାଣ୍ଡି ଠକେଇ କରି କେହି ନେଇ ଯାଇଥିବା ଅଭିଯୋଗ ହୋଇଛି। ଏସଂର୍ପକରେ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ଜଣାପଡିଛି।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here