ବେଗୁନିଆପଡା ଅଞ୍ଚଳରେ ମାତିଲେ ଚୋର ଦଳ, ସୁମଣ୍ଡଳ ଗ୍ରାମରୁ ଚୋରି ପାଇଁ ଉଦ୍ୟମ

0
350

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ସୁମଣ୍ଡଳ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ତ୍ରିନାଥ ପରିଡା ଙ୍କ ଘରୁ ଗତକାଲି ରାତିରେ ଅଜଣା ଚୋର ଦଳ ଚୋରି କରିବା ପାଇଁ ଉଦ୍ୟମ କରି ତାଙ୍କ ଘରେ ଥିବା ଆଲମାରୀ ଏବଂ ପେଢି ଭାଙ୍ଗିଛନ୍ତି ।କୌଣସି ଜିନିଷ ଚୋରି ହୋଇଛି କି ନାହିଁ ତାହା ଜଣାପଡି ନାହିଁ । ଗତ ୩୦ ତାରିଖ ଦିନ ମଧ୍ଯ ନିକଟସ୍ଥ ବି.ନୂଆଗାଁ ରୁ ଚୋରି ହୋଇଥିବା ସୂଚନା ମିଳିଛି । ଏହି ଅଜଣା ଚୋର ଦଳକୁ ଧରିବା ପାଇଁ ଅଞ୍ଚଳବାସୀ ମାନେ ଦାବୀ କରିଛନ୍ତି ।ଦେଖାଯାଉ ଏ ଦିଗରେ ବେଗୁନିଆପଡା ଫାଣ୍ଡି ପୋଲିସ କଣ ପଦକ୍ଷେପ ନେଉଛି ଏବଂ ଏହି ଅଜଣା ଚୋର ଦଳକୁ ଧରିବା ପାଇଁ କେବେ ସକ୍ଷମ ହେଉଛି ତାହା ଦେଖିବା ପାଇଁ ବାକିରହିଲା ।

ରିପୋର୍ଟ:ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here