ଦାଦାର ଟାଙ୍ଗିଆ ଚୋଟରେ ପୁତୁରା ମୃତ, ପାରିବାରିକ କଲହ ହେତୁ ଘଟିଛି ହତ୍ୟାକାଣ୍ଡ, ଅଭିଯୁକ୍ତ ଫେରାର

0
291

ମୋହନା(ଅଂଶୁମାନ ପଣ୍ଡା) ଦାଦାର ଟାଙ୍ଗିଆ ଚୋଟରେ ପୁତୁରାର ମୃତ୍ୟୁ ଘଟିଛି ପାରିବାରିକ କଲହତୁ ଘଟିଛି ହତ୍ୟାକାଣ୍ଡ, । ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅନ୍ତର୍ଗତ କମଳାପୁର ଗାଁରେ ଗତକାଲି ରାତିରେ ଦାଦା ଭୂଷଣ ନାୟକ ଓ ପୁତୁର ବିଶ୍ୱନାଥ ନାୟକଙ୍କ ମଧ୍ୟରେ ଝଗଡା ହୋଇଥିଲା । ସେଥିରେ ଦାଦା ଭୂଷଣ ନାୟକ ଉତକ୍ଷିପ୍ତ ହୋଇ ଏକ ଟାଙ୍ଗିଆରେ ପୁତୁରାକୁ ହାଣି ଦେଇଥିଲା । ଗୁରୁତର ଅବସ୍ଥାରେ ରାତିରେ ପରିବାର ଲୋକେ ବିଶ୍ୱନାଥକୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରିଥିଲା । ହେଲେ ଚିକିତ୍ସଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ପୁତୁରା ବିଶ୍ୱନାଥର ମୃତ୍ୟୁ ଘଟିଛି। ଏ ନେଇ ୱାର୍ଡ ମେମ୍ବର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାଣ୍ଡ ରେ ବ୍ୟବହୃତ ଟାଙ୍ଗିଆ ଜବତ କରି ଏକ ହତ୍ୟା ମାମଲା ରୁଜୁ କରିଛି । ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here