ଖଲ୍ଲିକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରୁ ଆସିଲା ହୃଦୟବିଦାରକ ଦୃଶ୍ୟ , ନବଜାତ ଶିଶୁ କନ୍ୟାକୁ ବେଡରେ ଛାଡି ମାଆ ଫେରାର

0
341

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତକାଲି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ପ୍ରସୂତୀ ନବଜାତକ ଶିଶୁ କନ୍ୟା କୁ ବେଡ୍ ରେ ଛାଡି ପଳେଇଯିବା ଘଟଣା ଖଲ୍ଲିକୋଟ ଅଞ୍ଚଳରେ ଚହଳ ପକାଇ ଦେଇଛି । ଶୁକ୍ରବାର ଅପରାହ୍ନରେ ଜଣେ ଗର୍ଭବତୀ ମହିଳା ପ୍ରସୂତୀ ପାଇଁ ଖଲ୍ଲିକୋଟ ମେଡ଼ିକାଲ କୁ ଆସିଥିଲେ । ସାଙ୍ଗରେ ଦୁଇ ଜଣ ମହିଳା ମଧ୍ୟ ଥିଲେ । ସନ୍ଧ୍ୟାରେ ଏକ କନ୍ୟା ସନ୍ତାନ କୁ ଜନ୍ମ ଦେବା ପରେ ଉଭୟ ମାଆ ଓ ଶିଶୁ କନ୍ୟାକୁ ବେଡ଼ କୁ ଅଣାଯାଇଥିଲା । କିଛି ସମୟ ପରେ ନର୍ସ ଏକ ଇଂଜେକସନ ଦେବାକୁ ଆସି ଦେଖିବା ବେଳକୁ ମାଆ ସେଠାରେ ନ ଥିଲା ।ବହୁ ଖୋଜାଖୋଜି ପରେ ମାଆ ର ସନ୍ଧାନ ନ ମିଳିବା ରୁ ଛୁଆ ଟିର ଯତ୍ନ ନର୍ସ ମାନେ ନେଇଥିଲେ । ସମ୍ପୃକ୍ତ ମହିଳା ଦେଇଥିବା ଠିକଣା ମଧ୍ୟ ଭୁଲ ଥିବା ଜଣାପଡିଛି । ଏ ସମ୍ପର୍କରେ ଖବର ପାଇ ଖଲ୍ଲିକୋଟ ସିଡିପିଓ ଅଂଶୁପା ସାହୁ ମେଡ଼ିକାଲ ରେ ପହଞ୍ଚି ଶିଶୁ କୁ ଜଣେ ଅଙ୍ଗନବାଡି କର୍ମୀ ଓ ଜଣେ ଆଶା କର୍ମୀ ଙ୍କ ସହ ବ୍ରହ୍ମପୁର ଚାଇଲଡ଼ ଲାଇନ କୁ ନବଜାତ ଶିଶୁ କୁ ପଠେଇଥିବା ଜଣାପଡିଛି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here