ଏନ.ଏମ.ଏମ.ଏସ. ପରୀକ୍ଷାରେ ପୋଲସରାରୁ ୧୪ ଜଣ ଓ ବୁଗୁଡ଼ାରୁ ୧୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ

0
334

ପୋଲସରା/ ବୁଗୁଡା : ଜାତୀୟ ସାଧନ ତଥା ଉତ୍କର୍ଷ ବୃତ୍ତି ପରୀକ୍ଷା ୨୦୨୦-୨୧ ଫଳ ପ୍ରକାଶ ପାଇଥିବା ବେଳେ ପୋଲସରା ବ୍ଳକରୁ ୧୪ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବୁଗୁଡା ବ୍ଳକରୁ ୧୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଗତ ୦୩-୦୧-୨୦୨୧ ତାରିଖରେ ଏହି ଜାତୀୟ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପୋଲସରା ବ୍ଲକରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ହେଲେ ୧- ଦୀପକ ଦାସ, ମଥୁରା ନୋଡାଲ ହାଇ ସ୍କୁଲ, ୨- ମୋନାଲିଶା ପ୍ରଧାନ, କଲମ୍ବ ନୋଡାଲ ୟୁ ପି ସ୍କୁଲ, ୩- ଶ୍ରୀୟା ଶିତନ ରାଉତ, ହାତୀଓଟ ଆଦର୍ଶ ବିଦ୍ୟାଳୟ, ୪- ତାରା ପ୍ରସାଦ ଜେନା, ହାତୀଓଟ ଆଦର୍ଶ ବିଦ୍ୟାଳୟ, ୫- ସୁଶ୍ରୀ ଋତୁଶ୍ରୀ ଦେବୀ, ହାତୀଓଟ ଆଦର୍ଶ ବିଦ୍ୟାଳୟ, ୬- ରୂପାଲି ବେହେରା, ରାଣୀପଡା ୟୁପି ସ୍କୁଲ, ୭- ଶର୍ମିଷ୍ଠା ସାହୁ, ହାତୀଓଟ ଆଦର୍ଶ ବିଦ୍ୟାଳୟ, ୮- ରଚନା ପ୍ରଧାନ, କଲମ୍ବ ନୋଡାଲ ୟୁପି ସ୍କୁଲ, ୯- ରାମେଶ୍ୱର ସାହୁ, ମଥୁରା ନୋଡାଲ ହାଇ ସ୍କୁଲ, ୧୦- ଦିପୁ ପ୍ରଧାନ, କଲମ୍ବ ନୋଡାଲ ୟୁପି ସ୍କୁଲ, ୧୧- ଆଦିତ୍ୟ ସାହୁ, କଲମ୍ବ ନୋଡାଲ ୟୁପି ସ୍କୁଲ, ୧୨- ସୌମ୍ୟ ରଞ୍ଜନ ସାହୁ, ନିମିନା ପ୍ରୋଜେକ୍ଟ ୟୁପି ସ୍କୁଲ, ୧୩- ଶୁଭଶ୍ରୀ ଗୌଡ଼, ହାତୀଓଟ ଆଦର୍ଶ ବିଦ୍ୟାଳୟ, ଓ ୧୪- ଆର୍ୟାନ ନାୟକ, ଜେମାଦେଇ ପୁର ପ୍ରକଳ୍ପ ୟୁପି ସ୍କୁଲ। ସେହିପରି ବୁଗୁଡା ବ୍ଲକରେ ବୃତ୍ତି ପାଇବାକୁ ଯୋଗ୍ୟ ଛାତ୍ରଛାତ୍ରୀମାନେ ହେଲେ ୧- ସଂଗ୍ରାମ ବେହେରା, କରଚୁଲି ୟୁପି ସ୍କୁଲ, ୨- ଜି.ଶ୍ରଦ୍ଧା ସୁମନ ଦୋରା , ଗୋଲିଆ ଆଦର୍ଶ ବିଦ୍ୟାଳୟ, ୩- ସୁନୀଲ କୁମାର ରାଉତ, ବୁଗୁଡା ପିପୁଲସ ହାଇ ସ୍କୁଲ, ୪- ଶୁଭମ ସାମନ୍ତରା, ଗୋଲିଆ ଆଦର୍ଶ ବିଦ୍ୟାଳୟ, ୫- ଶକ୍ତି ପ୍ରସାଦ ମିଶ୍ର, ଗୋଲିଆ ଆଦର୍ଶ ବିଦ୍ୟାଳୟ, ୬- ଶିଲା ରଣା, ଏ.କରଡ଼ାବାଡ଼ି ୟୁପି ସ୍କୁଲ, ୭- ଦିପୁ ରଣା, ବାଲିପଦର ନୋଡାଲ ୟୁପି ସ୍କୁଲ, ୮- ଲବ ବେହେରା, ଗୋଲିଆ ଆଦର୍ଶ ବିଦ୍ୟାଳୟ, ୯- ଖିରିଦ୍ଧି ତନୟ ପାତ୍ର, ବାଲିପଦର ନୋଡାଲ ୟୁପି ସ୍କୁଲ, ୧୦- ପୂର୍ଣ୍ଣ ଚନ୍ଦ୍ର ସାହୁ, ବାଲିପଦର ନୋଡାଲ ୟୁପି ସ୍କୁଲ, ଓ ୧୧- ଶୁଭସ୍ମିତା ବେହେରା, ଗୋଲିଆ ଆଦର୍ଶ ବିଦ୍ୟାଳୟ। ସାରା ରାଜ୍ୟର ତାଲିକାରୁ ପୋଲସରା ଓ ବୁଗୁଡା ବ୍ଲକର ଛାତ୍ରଛାତ୍ରୀମାନଙ୍କ ନାମ ବାହାର କଲାବେଳେ ହୁଏତ ବୃତ୍ତି ପାଇଥିବା ପିଲାଙ୍କ ନାମ ରହିଯାଇ ପାରେ,ତେଣୁ ସେମାନେ ବୃତ୍ତି ପାଇଛନ୍ତି କି ନାହିଁ ଜାଣିବା ପାଇଁ ସରକାରୀ ୱେବ ସାଇଟ www.ntse.scertodisha.nic.in ଦେଖିବା ପାଇଁ ଅନୁରୋଧ।

LEAVE A REPLY

Please enter your comment!
Please enter your name here