ବୁଗୁଡ଼ାରେ ଜିଲ୍ଲା ସ୍ତରୀୟ କବାଡି ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0
320

ବୁଗୁଡା : ବୁଗୁଡା ପିପୁଲସ ହାଇ ସ୍କୁଲ ମିନି ଷ୍ଟାଡିୟମରେ ବିଶ୍ୱ କ୍ରୀଡା ଦିବସ ଅବସରରେ ଅଗଷ୍ଟ ୨୯ ତାରିଖ ଦିନ ଉଭୟ ମହିଳା ଓ ପୁରୁଷ ବିଭାଗ କବାଡି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଉଛି। ଶ୍ରୀକର ଭଞ୍ଜ କ୍ରୀଡା ଓ ସାଂସ୍କୃତିକ ସଂଗଠନ ପକ୍ଷରୁ ଆୟୋଜିତ ଏହି କବାଡ଼ି ଟୁର୍ଣ୍ଣାମେଣ୍ଟକୁ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବରେ ସଂଗଠନର ସଭାପତି ପ୍ରଫେସର ସୁବାସ ଚନ୍ଦ୍ର ପରିଡା ଅଧ୍ୟକ୍ଷତା କରିଥିବା ବେଳେ ସଂଗଠନର ସମ୍ପାଦକ ତଥା ସାମ୍ବାଦିକ ଅନିଲ କୁମାର ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀନାରାୟଣ ଦାଶ, ଦୁର୍ଗା ପ୍ରସାଦ ଦାଶ, କ୍ରୀଷ୍ଣା ରାଓ ପାତ୍ର, ଭଞ୍ଜ କିଶୋର ଗୌଡ଼ ଓ ଏମ.ଶ୍ରୀନିବାସ ଦୋରା ପ୍ରମୁଖ ମଞ୍ଚାସୀନ ଥିଲେ।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here