ବିଷାକ୍ତ ସାପ କାମୁଡାରେ ୧୫ ବର୍ଷର ନାବାଳକ ମୃତ

0
241

ବେଲଗୁଣ୍ଠା:ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ ବୋର୍ସିଂ ତଳ ସାହିର ଗୂରା ସ୍ଵାଇଁଙ୍କ ସାନ ପୁଅ ସାନୁ ସ୍ୱାଇଁ (15) ଗତ ରାତିରେ ଖାଇ ସାରି ଘରେ ଶୋଇଥିଲା I ରାତ୍ରି ପ୍ରାୟ 1 ଘଣ୍ଟ ବେଳେ କଣ ଗୋଟିଏ କାମୁଡ଼ି ଦେବାରୁ ସେ ଉଠିପଡି ତାର ବାପା ଏବଂ ଘର ଲୋକଙ୍କୁ ଜଣାଇଥିଲା I ଘର ଲୋକେ ପାଖରେ ଥିବା ଗଦ ଲାଗେଇକି ସାନୁକୁ ଶୋଇବାକୁ କହିଥିଲେ । କିଛି ସମୟ ପରେ ସାପ ଟି ପୁଣି କାମୁୁଡି ଦେବାରୁ ସାନୁ ଚିତ୍କାର କରିବାରୁ ଘରଲୋକେ ଉଠିପଡିଥିଲେ । ସାପଟି ଏକ ଗାତରେ ପସିଯାଇଥିଲା । ସାନୁକୁ ପ୍ରଥମେ ଭଞ୍ଜନଗର ମେଡିକାଲରେ ଭର୍ତି କରିଥିଲେ ପରେ ଵ୍ରହ୍ମପୁର ନେଉଥିବା ବେଳେ ରାସ୍ତାରେ ମୃତୁ ଘଟିଥିଲା । ଗାଙ୍ଗପୁର ପୋଲିସ ଶବକୁ ଜବତ କରି ବେବଛେଦ ପରେ ତାର ପରିବାରକୁ ହସ୍ତାନ୍ତର କରିଥିଲା ।ଗ୍ରାମରେ ଏକ ଶୋକାକୁଳ ମଧ୍ୟରେ ସଵ ସଂସ୍କାର କରାଯାଇଥିଲା । ସାନୁର ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ସମିତି ସଭ୍ୟ ମମତା ଭୋଳ ଦାବି କରିଛନ୍ତି ।

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here