ଗାଙ୍ଗପୁର ପଞ୍ଚାୟତ କାର୍ଯ୍ୟାଳୟରେ ବିଜୁ କନ୍ୟା ରତ୍ନ ଯୋଜନା ବୈଠକ

0
231

ବେଲଗୁଣ୍ଠା:କନ୍ୟା ସନ୍ତାନର ସୁରକ୍ଷା ପାଇଁ ଓଡ଼ିଶା ସରକାର ଢେଙ୍କାନାଳ, ଅନୁଗୁଳ ଏବଂ ଗଞ୍ଜାମ ଜିଲ୍ଲାରେ ଆରମ୍ଭ କରିଛନ୍ତି ବିଜୁ କନ୍ୟା ରତ୍ନ ଯୋଜନା I ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲିଙ୍ଗଗତ ତାରତମ୍ୟ ଜନିତ ଲିଙ୍ଗ ନିରୂପଣକୁ ରୋକିବା ସହିତ କନ୍ୟା ସନ୍ତାନର ଶିକ୍ଷା, ସ୍ଵାସ୍ଥ୍ୟ,ପୁଷ୍ଟି , ନିରାପତ୍ତା ଏବଂ ବଞ୍ଚି ରହିବାକୁ ସୁନିଶ୍ଚିତ କରାଇବା I ଏହି ପରିପ୍ରେକ୍ଷୀରେ ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ବିଜୁ କନ୍ୟା ରତ୍ନ ଯୋଜନାର ରୂପରେଖ ,ଏହାର ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ଦିଗ ଯଥା ଆନ୍ତଃ ବିଭାଗ ସମନ୍ୱୟ,ପ୍ରଶିକ୍ଷଣ ଓ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ, ଅଭିନବ ପଦକ୍ଷେପ ତଥ୍ୟ ଶିକ୍ଷା ଏବଂ ସୂଚନା କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା I ବୈଠକରେ ପଞ୍ଚାୟତର କାର୍ଯ୍ୟନିର୍ବାହି ଅଧିକାରୀ, ୱାର୍ଡ୍ ସଭ୍ୟ, ଅଙ୍ଗନୱାଡ଼ି କର୍ମୀ ଏବଂ ଗଣମାଧ୍ୟମ ପ୍ରତିନିଧି ସନ୍ତୋଷ କୁମାର ବିଷୋୟୀ ଉପସ୍ଥିତ ରହି ଯୋଜନାର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here