“ବିଦ୍ୟୁତ୍ ଦର ବୃଦ୍ଧି ଓ ଅଘୋଷିତ ବିଦ୍ୟୁତ୍ କାଟ୍ ନେଇ” ଟାଟା ପାୱାର କର୍ପୋରେଟ ଦକ୍ଷିଣାଞ୍ଚଳ କାର୍ୟ୍ୟାଳୟ ଠାରେ ବି.ଜେ.ପି ଗଞ୍ଜାମ ଜିଲ୍ଲା ପକ୍ଷରୁ ” ପ୍ରତିବାଦ

0
280

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବି.ଜେ.ପି ପକ୍ଷରୁ ବିଦ୍ୟୁତ ଦର ବୃଦ୍ଧି , ଅଘୋଷିତ ବିଦ୍ୟୁତ କାଟ ଓ ଓଡିଶା ସରକାର ବିଦ୍ୟୁତ୍ ବଂଟନ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ବିଗତ ୩୦ ବର୍ଷ ଧରି ବିଭିନ୍ନ କମ୍ପାନୀମାନଙ୍କୁ ବିଦ୍ୟୁତ୍ ବଂଟନ ଦାୟିତ୍ୱ ଦେଇ ଆସୁଛନ୍ତି । ଏବେ ଟାଟା କମ୍ପାନୀକୁ ଏହି ଦାୟିତ୍ୱ ଦିଆଯାଇଛି । କିନ୍ତୁ ଦୁଃଖ ଓ ପରିତାପର ବିଷୟଯେ ବିଦ୍ୟୁତ୍ କ୍ଷେତ୍ରରେ ଯେତେ ପ୍ରକାର କ୍ଷତି ଓ ଅହେତୁକ ଲାଭକୁ ଭରଣା କରିବା ପାଇଁ ସରକାର ବିଦ୍ୟୁତ ଶୁଳ୍କର ବୃଦ୍ଧି ଘଟାଇ ଉପଭୋକ୍ତାମାନଙ୍କ ଠାରୁ ସେହି ଅର୍ଥକୁ ଆଦାୟ କରୁଛନ୍ତି । ଏବେ କରୋନା ସମୟରେ ଜନସାଧାରଣଙ୍କ ଉପରେ ଏହା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ରାଜ୍ୟ ସରକାର ବେଆଇନ ଓ ବିନା ବିଚାରରେ ଏହି ଅହେତୁକ ବିଦ୍ୟୁତ୍ ଶୁଳ୍କର ବୋଝ ଲଦି ଦେଇଛନ୍ତି । ଏହି ପରି ବିଭିନ୍ନ ଦାବୀ ନେଇ ଗଞ୍ଜାମ ଜିଲ୍ଲା ବି.ଜେ.ପି ପକ୍ଷରୁ TPS ( ଟାଟା ପାୱାର କର୍ପୋରେଟ ଦକ୍ଷିଣାଞ୍ଚଳ କାର୍ୟ୍ୟାଳୟ ) ବ୍ରହ୍ମପୁରଠାରେ ପ୍ରତିବାଦ ଓ ବିକ୍ଷୋଭ କରି ମାହାମହିମ ରାଜ୍ୟପାଳଙ୍କ ପାଖକୁ C.E.O TATA POWER Ltd. ଜରିଆରେ ଦାବୀପତ୍ର ପ୍ରେରଣ କରିଛନ୍ତି । ୧. ବର୍ଦ୍ଧିତ ବିଦ୍ୟୁତ୍ ଶୁଳ୍କ ପ୍ରତ୍ୟାହାର କରାଯାଉ ଏବଂ ବେଆଇନ୍ ଭାବେ ପ୍ରଥମ ୧୦୦ ୟୁନିଟ୍କୁ (୫୦ +୫୦) ଦୁଇଟି ସ୍ଲାବ୍କରି ଗରିବ ଲୋକମାନଙ୍କୁ ଆଶାତୀତ ଶୁଳ୍କ ଦେବାକୁ ବାଧ୍ୟ କରାଯାଇଛି ତା’ର ପରିବର୍ତ୍ତନ କରି ୧ରୁ

୧୦୦ ୟୁନିଟ୍ ପର୍ଯ୍ୟନ୍ତ ଗୋଟିଏ ଦର ଲାଗୁ ହେଉ ।

୨. ବିଦ୍ୟୁତ୍ ବଂଟନରେ ଗ୍ରାମାଂଚଳ ପ୍ରତି ସଂପୂର୍ଣ୍ଣ ଅବିଚାର କରାଯାଉଛି । ରାଜ୍ୟର ଅଧିକାଂଶ ଅଂଚଳରେ ଲୋଭୋଲଟେଜ୍ ଆସୁନଥିବାରୁ ପିଲାମାନେ ପାଠ ପଢାପଢି କରି ପାରୁନାହାନ୍ତି । ଏଣୁ ବିଦ୍ୟୁତ୍ ସରବରାହରେ ସଠିକ୍ ଭୋଲଟେଜ୍ ଯୋଗାଇବାର ବ୍ୟବସ୍ଥା କର।।ଯାଉ ।

୩. ଅଘୋଷିତ ବିଜୁଳି କାଟ୍କୁ ବନ୍ଦକରି ସଂପୂର୍ଣ୍ଣ ରାଜ୍ୟକୁ ୨୪ ଘଂଟିଆ ବିଜୁଳି ଯୋଗାଇ ଦିଆଯାଉ ,୪. କୃଷିକ୍ଷେତ୍ର ଓ ଶୀତଳ ଭଣ୍ଡାର ପାଇଁ ବିଦ୍ୟୁତ୍ ଦେୟରେ ସବ୍ସିଡି ଦିଆଯାଉ , ୫. ପୁରୁଣା ବକେୟା ଦେୟ ଓ ବିଦ୍ୟୁତ୍ ଉପଭୋକ୍ତାମାନେ ଠିକ୍ ସମୟରେ ଶୁଳ୍କ ପୈଠ କରି ନପାରିଲେ ତାଙ୍କ ଉପରେ ଯେପରି ଜୋର୍ ଜୁଲମ୍ କରାଯାଉଛି ଏବଂ ସମୟ ନଦେଇ ଅବିଳମ୍ବେ ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଉଛି, ସେଥିରେ କୋହଳ କରାଯାଉ , ୬. ବାତ୍ୟା ପ୍ରବଣ ଅଂଚଳ ଭାବେ ପରିଚିତ ବ୍ରହ୍ମପୁର ସହର ରେ ଭୂତଳ ବିଦ୍ୟୁତ ବ୍ୟବସ୍ଥା କରାଯାଉ , ୭. ବିପଦ ସଂଙ୍କୁଳ ଭାବେ ଥିବା ଟ୍ରାନ୍ସଫରମର୍ ଗୁଡିକ ରେ ବାଉଣ୍ଡ୍ରି ୱାଲ୍ କରାଯାଉ ।୮. ଫ୍ୟୁଜ କଲ୍ ସେଂଟର ରେ ଥିବା ଅଭିଯୋଗ ଫୋନ ଗୁଡିକ ଅଚଳାବସ୍ଥା ରେ ରହୁଛି ଏଣୁ ଏହାକୁ ୨୪ଞ୍ଚ୭ କାର୍ଯ୍ୟକ୍ଷମ କରାଯାଉ । ଏହି କାର୍ଯ୍ୟକ୍ରମକୁ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ପରିଚାଳଣା କରିଥିବା ବେଳେ ଅତିଥୀ ଭାବେ ଜିଲ୍ଲା ସଭାପତି ବିଭୂତି ଭୁଷଣ ଜେନା ,ରାଜ୍ୟ ଉପ ସଭାପତି ଭୃଗୁ ବକ୍ସିପାତ୍ର , ସରୋଜ ସାବତ, ମନୋରଞ୍ଜନ ଦ୍ୟାନସାମନ୍ତାରା , ମହନ୍ତ ଚିନ୍ମୟାନନ୍ଦ, ଏସ୍ ରାଣୀ ,ଏଲ୍ ମୋହନ ଦାସ , ନମିତା ରାଣୀ ପଣ୍ଡା , ସୁବାଷିନୀ ପଟ୍ଟନାୟକ , ପ୍ରଭାତ କିରଣ ଷଢଙ୍ଗୀ , ଗଙ୍ଗାଧର ଶତପଥୀ , ରାଜେଶ ସାହୁ , ମନୋଜ ପଟ୍ଟନାୟକ ,ରାମ ପାତ୍ର ,ମୁନ୍ନା ସାମନ୍ତରା, ପ୍ରଦୀପ ଶତପଥୀ , ଶରତ ସାହୁ , ମିନା ଦ୍ୟାନସାମନ୍ତରା, ସୁଶିଳା ମଲ୍ଲିକ, କେ ଟୁଙ୍ଗୁରୁ ପାତ୍ର , ସୁରେଶ ସାହୁ , ବିଜୟ ଗୋପାଳ , ସନ୍ତୋଷ ପାଣିଗ୍ରାହୀ , ସରୋଜ ପାତ୍ର , ବିଜୟ ସାହୁ , ସତ୍ୟ ବସନ୍ତିଆ ,ଶିବ ନାୟକ ,ଅମୁଲ୍ୟ ଚୈଧୁରୀ , ସୁନିଲ୍ ସାହୁ, ରାଜୀବ କୁମାର ମିଶ୍ର , ଶିବ ପ୍ରସାଦ ପାତ୍ର , କିରଣ ସାହୁ,ସରୋଜ ଦାସ, ଡ ସୁବାଷ ସାହୁ ,ନିଳାଂଚଳ ପଣ୍ଡା ,ଶିବ ଅଧିକାରୀ , ମଧୁସୁଦନ ସାହୁ , ଭିମ ସେନ୍ ବେହେରା , ରେଣୁକେସ୍ୱର ରାଓ, ଶିବ ପାତ୍ର , ସନତ ନାୟକ , ସୁନିଲ୍ ପାତ୍ର , ଅହିଂଶା ସାହୁ , ବିଷ୍ନୁ ସୁବୁଦ୍ଧି , ପ୍ରବୀର ପାତ., ସନ୍ତୋଷ ସାହୁ , ମାଲି ସାହୁ , ଅଜିତ ପାତ୍ର ,ବିକେଶ ପାଣିଗ୍ରାହୀ , ଜଗଦୀସ ପ୍ରଧାନ ଙ୍କ ସହୁ ବହୁ କାର୍ଯ୍ୟକର୍ତା ଯୋଗ ଦେଇଥିଲେ ।

ରିପୋର୍ଟ :ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here