ଦିଗପହଣ୍ଡି ଏବଂ କୁକୁଡ଼ାଖଣ୍ଡି ବ୍ଳକରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ତ୍ୱରାନ୍ୱିତ କରିବା ପାଇଁ ବାଚସ୍ପତିଙ୍କ ନିର୍ଦ୍ଦେଶ

0
287

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା):ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦିଗପହଣ୍ଡି ଏବଂ କୁକୁଡ଼ାଖଣ୍ଡି ବ୍ଳକର ୨୦ଟି ପଞ୍ଚାୟତର ଜନସାଧାରଣଙ୍କ ପାନୀୟ ଜଳ ସମସ୍ୟାର ଆସୁ ସମାଧାନ ଏବଂ ତ୍ୱରିତ ପଦକ୍ଷେପ ନିମନ୍ତେ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ଏକ ଉଚ୍ଚସ୍ତରୀୟ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି।ବାଚସ୍ପତିଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ଉକ୍ତ ବୈଠକରେ ପାନୀୟ ଜଳ ଯୋଗାଇ ଦେବା ପାଇଁ ବାଚସ୍ପତି ଡ଼ଃ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି।ପାନୀୟ ଜଳ ଜନସାଧାରଣଙ୍କ ମୌଳିକ ଆବଶ୍ୟକତା ଥିବା ଦୃଷ୍ଟିରୁ ଉକ୍ତ ପ୍ରକଳ୍ପ ଗୁଡିକର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଅନୁଷ୍ଠିତ ବୈଠକରେ ଗ୍ରାମାଞ୍ଚଳ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ସର୍ବୋଚ୍ଚ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ(ବ୍ରହ୍ମପୁର),ଅଧିକ୍ଷଣ ଯନ୍ତ୍ରୀ(ବ୍ରହ୍ମପୁର) ଏବଂ ନିର୍ବାହୀ ଯନ୍ତ୍ରୀ(ବ୍ରହ୍ମପୁର) ପ୍ରମୁଖ ଯୋଗ ଦେଇଥିଲେ।ବାଚସ୍ପତିଙ୍କ ପରାମର୍ଶ କ୍ରମେ ପାନୀୟ ଜଳ ଯୋଗାଣର ତ୍ୱରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନେ ଉଚିତ ପଦକ୍ଷେପ ଗ୍ରହଣ କରାଯିବା ନେଇ ପ୍ରତିଶୃତି ଦେଇଥିଲେ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here