ଭଞ୍ଜନଗର କୁଲାଡ଼ ରେ ପହଁଚିଲା ୨ ବସ ; ଆସିଛନ୍ତି ୧୦୦ରୁ ଉର୍ଦ୍ଧ୍ବ ପ୍ରବାସୀ ଓଡ଼ିଆ

0
613

ଭଞ୍ଜନଗର(ନ୍ୟୁଜଏକ୍ସଟ୍ରା/ନିଲୁ ବିଶୋଇ): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ରେ ଗତକାଲି ରାତି ୧୦ ଟା ସମୟରେ ସୁରତ ରୁ ଆସି ପହଂଚିଛି ୨ ବସ। ଏହି ୨ ବସ ରେ ଜଣେ ମହିଳା ଓ ୧୦୬ ପୁରୁଷ ଶ୍ରମିକ ଆସିଥିବା ସୂଚନା ଦେଇଛନ୍ତି ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନିଲ କୁମାର ସେଠୀ। ସୂଚନା ଅନୁସାରେ ବୁଧବାର ସକାଳେ ଏହି ୨ବସ ସୁରତ ଅମ୍ରୋରଲି ରୁ ବାହାରି ଥିଲା। ଏ ନେଇ ଗତକାଲି ସନ୍ଧ୍ୟାରେ ଖବର ପାଇ ଭଞ୍ଜନଗର ପ୍ରଶାସନ ପକ୍ଷରୁ ୨ ବସ ଆସି ଗଂଜାମ କନ୍ଧମାଳ ସୀମାନ୍ତ ଦୁର୍ଗା ପ୍ରଶାଦ ଠାରେ ପହଂଚିବା ପରେ ପୋଲିସ ର କଡ଼ା ସୁରକ୍ଷା ରେ ସେମାନଙ୍କୁ ଭଞ୍ଜନଗର ସ୍ଥିତ କୁଲାଡ଼ କବି ସମ୍ରାଟ ବିଦ୍ୟା ପୀଠ ରେ ହୋଇଥିବା କ୍ୟାରେଣ୍ଟାଇନ ସେଣ୍ଟର ରେ ରଖାଯାଇଛି। ପ୍ରବାସୀ ଓଡ଼ିଆଙ୍କ କହିବା ଅନୁଯାୟୀ ସେମାନେ ସମସ୍ତେ ନିଜ ନିଜର ଖର୍ଚ୍ଚରୁ ୩୧୦୦ ଟଙ୍କା ବ୍ୟୟ ରେ ବସ କରି ଆସିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ମୋଟ ୯ଟି ବସ ପହଂଚିଛି ଥିବା ବେଳେ ଆଜି ଆଉ ୩ଟି ବସ ଭଞ୍ଜନଗର, ଜଗନ୍ନାଥ ପ୍ରସାଦ ଓ ବେଲଗୁଣ୍ଠା ଅଭିମୁଖେ ଆସୁଥିବା ସୂଚନା ମିଳିଛି। ଆଜି ଦିନ ତମାମ ସୁରତ ର ବିଭିନ୍ନ ଅଂଚଳରୁ ପ୍ରାୟ ୫୦/୬୦ ବସ ଗଞ୍ଜାମ ଜିଲ୍ଲା ଅଭିମୁଖେ ଯାତ୍ରା ଆରମ୍ଭ କରୁଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here