ସହକାରୀ ବନ ସଂରକ୍ଷକଙ୍କ ଅର୍ଦ୍ଧଦଗ୍ଧ ଶରୀର ଉଦ୍ଧାର, ଚିକିତ୍ସାଧିନ ଅବସ୍ଥାରେ ମୃତ

0
278

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ବନନବୀଭାଗିୟ ସରକାରୀ ବାସଭବନ ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାହାକି ଅର୍ଦ୍ଧଦଗ୍ଧ ଅବସ୍ଥାରେ ସହକାରୀ ବନ ସଂରକ୍ଷକଙ୍କୁ ଉଦ୍ଧାର କରିଥିଲେ । ଗତକାଲି ବିଳମ୍ବିତ ରାତି ଯାଏଁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ ପୋଲିସ ଓ ବନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ଗହଳି ଦେଖିବାକୁ ମିଳିଥିଲା। କାରଣ ପଚାରିବାରୁ କେହି ପ୍ରତିକ୍ରିୟା ଦେବାକୁ ଉଚ୍ଛୁକ ନଥିଲେ। ଏପରି କି ଉପସ୍ଥିତ ପୋଲିସ ଅଧିକାରୀ ଭିଡ ଦେଖିବାକୁ ମିଳିଥିଲା ଫଳରେ ଜଣା ପଡିଥିଲା ଯେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାର କୌଣସି ସୂଚନା ପୋଲିସ ଓ ବନ ବିଭାଗ ଦେଇ ନଥିଲେ ମଧ୍ୟ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି ଯେ ସୌମ୍ୟରଞ୍ଜନ ଅଗ୍ନି ସଂସ୍ପର୍ଷରେ ଆସି ଜଳି ଯାଇଛନ୍ତି। ଫଳରେପୋଲିସ ଘଟଣା ବିଷୟରେ କିଛି କହିନଥିବା ବେଳେ ସୌମ୍ୟରଞ୍ଜନ ରହୁଥିବା ବାସଭବନକୁ ବିଳମ୍ବିତ ରାତ୍ରିରେ ପହଞ୍ଚି ତଦନ୍ତ କରିବା ସହ କିଛି ସାମଗ୍ରୀ ଜବତ କରିଛି । ସେପଟେ ସୌମ୍ୟରଞ୍ଜନଙ୍କ ସହ ତାଙ୍କ ପତ୍ନୀ ରହୁଥିଲେ ମଧ୍ୟ ଏହି ଘଟଣା ସଂପର୍କରେ ସେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିବା ।ତେବେ ସୌମ୍ୟରଞ୍ଜନ ପୋଡି ହେବା ଘଟଣା ହତ୍ୟା ନା ଆତ୍ମହତ୍ୟା ପ୍ରୟାସ ନା ଏକ ଦୁର୍ଘଟଣା ତାହା ତଦନ୍ତ ପରେ ହିଁ ଜଣାପଡିବ ବୋଲି ପୋଲିସ କହିଛି । ସୌମ୍ୟରଞ୍ଜନ ଶରୀର ୯୦ ପ୍ରତିଶତ ପୋଡି ଯାଇଥିବା ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର ସୂଚନା ଦେଇଛନ୍ତି । ଯେହେତୁ ସେ ଗୁରୁତର ଅଛନ୍ତି ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକ ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ସୌମ୍ୟରଞ୍ଜନଙ୍କ ଗତ ଡିସେମ୍ବର ମାସରେ ବିବାହ ହୋଇଥିଲେ ଓ ସେ ପାରଳାଖେମୁଣ୍ଡି ସ୍ଥିତ ନିଜ ସରାକାରୀ ବାସଭବନରେ ତାଙ୍କର ସ୍ତ୍ରୀ ଙ୍କ ସହିତ ରହୁଥିବା ସୂଚନା ମିଳିଛି।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here