ମଥୁରାରେ ଏନଏସଏସ ଶୀତ କାଳୀନ ଶିବିରର ଉଦଯାପନୀ କାର୍ଯ୍ୟକ୍ରମ

0
132

ପୋଲସରା: ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ପୁରୁଷ ଓ ମହିଳା) ୟୁନିଟ ର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ଶେକ୍ ଫରିଦ୍ ଙ୍କ ତତ୍ତ୍ୱାବଧାନରେ ଡିସେମ୍ବର ୨୪ ତାରିଖ ଠାରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଶୀତ କାଳୀନ ଶିବିର ଡିସେମ୍ବର ୩୦ ତାରିଖ ଦିନ ଉଦଯାପିତ ହୋଇଯାଇଛି। ଷଷ୍ଠ ଦିବସରେ ଏନଏସଏସ ସ୍ୱେଚ୍ଛାସେବୀ ବୃନ୍ଦ ମଥୁରା ଗ୍ରାମ ପଞ୍ଚାୟତର ସ୍ୱାକ୍ଷରତା ସର୍ଭେ କରିବା ସହ ସଡକ ସୁରକ୍ଷା ନେଇ ସଚେତନତା କରିଥିଲେ। ପ୍ରୋଗ୍ରାମ ଅଫିସର ଶ୍ରୀ ଫରିଦ୍ ଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ତହସିଲଦାର ରୁବି ବେହେରା ଯୋଗ ଦେଇ ସ୍ୱେଚ୍ଛାସେବୀ ବୃନ୍ଦଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ପ୍ରଦାନ କରିଥିଲେ। ଏହିସହ ତହସିଲଦାର ସ୍ୱେଚ୍ଛାସେବୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here