କୁମ୍ଭାରଗାଁରେ ଦୁଇ ପରିବାର ମଧ୍ୟରେ ସଂଘର୍ଷରେ ଦୁଇ ଆହତ

0
391

ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ କୁମ୍ଭାରଗାଁରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟି ଦୁଇଜଣ ଆହତ ହୋଇଛନ୍ତି । ଆହତ ଦୁଇଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ୍ କୁ ସ୍ଥାନାନ୍ତର କରାଯାଇଛି । ସୂଚନା ପ୍ରକାରେ, ଉକ୍ତ ଗ୍ରାମର ବାଉରିବନ୍ଧୁ ସାହୁଙ୍କ ପରିବାର ଓ କିଶୋର ଚନ୍ଦ୍ର ପାଢ଼ୀଙ୍କ ପରିବାର ମଧ୍ୟରେ ଘର ସନ୍ଧିକୁ ନେଇ ସଂଘର୍ଷ ଘଟିଛି । ଉଭୟ ପରିବାର ମଧ୍ୟରେ ବହୁ ଦିନ ହେଲା ଜାଗା ସନ୍ଧିକୁ ନେଇ ଝଗଡା ଲାଗି ରହିଥିଲା । ଆଜି ଉଭୟଙ୍କ ମଧ୍ୟରେ ଲାଗି ରହିଥିବା ଝଗଡା ଚରମସୀମାରେ ପହଞ୍ଚିଥିଲା । ବାଉରିବନ୍ଧୁ ସାହୁଙ୍କ ସ୍ତ୍ରୀ ସାବିତ୍ରୀ ବାରିପଟେ ଥିବା ବେଳେ କିଶୋର ଚନ୍ଦ୍ର ପାଢିଙ୍କ ପୁତ୍ର ରାମକୃଷ୍ଣ ପାଢି ସାବିତ୍ରୀଙ୍କୁ ଗାଳି ଗୁଳଜ କରିବା ସହ ଆକ୍ରମଣ କରିଥିଲେ । ସାବିତ୍ରୀଙ୍କ ପୁଅ ଆଉ ବୋହୁ ଆକ୍ରମଣକୁ ପ୍ରତିରୋଧ କରିବାରୁ ସେମାନେ ଦୁହେଁ ରାମକୃଷ୍ଣର ଆକ୍ରମଣ ଶିକାର ହୋଇଥିଲେ । ପ୍ରଥମେ ସୁମଣ୍ଡଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଲାଗି ଉଭୟେ ଭର୍ତ୍ତି ହୋଇଥିଲେ । ସେଠାରେ ସାବିତ୍ରୀଙ୍କ ବୋହୂର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ବେଗୁନିଆପଡ଼ା ଫାଣ୍ଡି ରେ ସାବିତ୍ରୀ ଏକ ଲିଖିତ ଏତଲା ଦାଏର କରିଥିବା ନେଇ ଫାଣ୍ଡି ଅଧିକାରୀ ଦେବୀଦତ୍ତ ପ୍ରିୟଦର୍ଶୀ ପ୍ରକାଶ କରିଛନ୍ତି ।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here