“ମାସ୍କୋ” ଓ “କାର୍ପ୍” ଦ୍ଵାରା ସବୁଜବଳୟ ସୃଷ୍ଟି ନିମନ୍ତେ ବୃକ୍ଷରୋପଣ କାର୍ଯ୍ୟକ୍ରମ

0
260

ବ୍ରହ୍ମପୁର:ଅଗ୍ରଣୀ ସ୍ବେଚ୍ଛାସବୀ ଅନୁଷ୍ଠାନ “ମାସ୍କୋ” ଓ “କାର୍ପ୍” ଦ୍ଵାରା ଏକ ମେଗା ବୃକ୍ଷରୋପଣ କାର୍ଯକ୍ରମ ସ୍ଥାନୀୟ ଫାଷ୍ଟଗେଟ୍ ନିକଟସ୍ଥ “ମାସ୍କୋ” ଓ “କାର୍ପ୍” ର ନୂତନ ଓଫିସ୍ ଗୃହ ଅଞ୍ଚଳରେ ଅନୁଷ୍ଠିତ ହୋଇଯାଇଛି। ଏହି ବୃକ୍ଷରୋପଣ କାର୍ଯକ୍ରମ ଟିକୁ ବ୍ରହ୍ମପୁରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା ଉଦ୍ଘାଟନ କରି “ମାସ୍କୋ” ଓ “କାର୍ପ୍”ର ଏହି ଜନହିତକର କାର୍ଯକ୍ରମଟିକୁ ଉଚ୍ଚ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥିରୂପେ “ଓଡ଼ିଶା ମୋ ପରିବାର” ର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ମହାରଣା ଯୋଗଦେଇ ବୃକ୍ଷରୋପଣର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ।ମୁଖ୍ୟବକ୍ତା ଭାବେ ବରିଷ୍ଠ ସମାଜ ସେବୀ ତଥା ପ୍ରକୃତିବନ୍ଧୁ ସମ୍ମାନରେ ସମ୍ମାନିତ ଡାକ୍ତର ରାମକୃଷ୍ଣ ସାହୁ ଯୋଗଦେଇ ବୃକ୍ଷ ଗୁଡ଼ିକର ଔଷଧୀୟଗୁଣ ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ।ସମ୍ମାନିତ ଅତିଥିଭାବେ ବିଜୁ ପଟ୍ଟନାୟକ ହୋିଓପାଥିକ ଭେଷଜ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଡାକ୍ତର ପ୍ରଶାନ୍ତ କୁମାର ପତି, ବ୍ରହ୍ମପୁର ଫରେଷ୍ଟର ଶ୍ରୀ ପ୍ରଦୀପ କୁମାର ପଣ୍ଡା,ଆୟୁର୍ବେଦିକ ଚିକିତ୍ସକ ଡାକ୍ତର ନକୁଳ ସାହୁ,ସୁସାହିତ୍ୟିକା ଶ୍ରୀମତୀ ବନ୍ଦନା ମହାପାତ୍ର, ପୂର୍ବତନ କର୍ପୋରେଟର ଶ୍ରୀମତୀ ମମତା ଵିଶୋୟୀ,ଡକ୍ଟର ଶ୍ରୀକାନ୍ତ କୁମାର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ବୃକ୍ଷରୋପଣର ଆବଶ୍ୟକତା ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ।ଏହି କାର୍ଯ୍ୟକ୍ରମଟିକୁ ଶ୍ରୀ ସୁନିଲ କୁମାର ସାବତ,ସ୍ମରଣିକା ସାମନ୍ତରାୟ,ସମୀର କୁମାର ବେହେରା, ପପୁନ୍ କୁମାର ମହାରଣା,ପ୍ରକାଶ ଚନ୍ଦ୍ର ବିଶୋୟୀ,ପି ବୁଦ୍ଧଦେବ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଦୁର୍ଯୋଧନ ମହାରଣା,ଶ୍ରୀ ବିଜୟ କୁମାର ପାଣି,ବି ସରସ୍ଵତୀ ରାଓ,ରାମହରି ସାହୁ,ସୁରେନ୍ଦ୍ର ପଣ୍ଡା,ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରିଥିଲେ।ପ୍ରକାଶ ଥାଉକି “ମାସ୍କୋ” ଓ “କାର୍ପ୍”ର ମିଳିତ ସହଯୋଗରେ ବ୍ରହ୍ମପୁରର ଫାଷ୍ଟଗେଟ୍ ଅଞ୍ଚଳରେ ପ୍ରାୟ ୧୦୦୦ ବୃକ୍ଷରୋପଣ କରାଯିବ ବୋଲି “ମାସ୍କୋ”ର ସଭାନେତ୍ରୀ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ସାହୁ ବିଚାର କରିଛନ୍ତି।

LEAVE A REPLY

Please enter your comment!
Please enter your name here