ମା କାଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0
352

ବୁଗୁଡା:ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗ୍ରାମ ପଞ୍ଚାୟତର ତାଳସାକର ଗ୍ରାମରେ ରବିବାର ପୂର୍ବାହ୍ନରେ ମା କାଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖୋଳଖାଳି ପଞ୍ଚାୟତ ସରପଞ୍ଚ ସୂର୍ଯ୍ୟମଣି ଗୌଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ। ଜୟରାମ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ନାଏବ ସରପଞ୍ଚଙ୍କ ପ୍ରତନିଧି ଦିଲ୍ଲୀପ କୁମାର ରଥ ଏବଂ ସମ୍ମାନିତ ଅତିଥି ଭାବେ କ୍ରୀଡା ଶିକ୍ଷକ ବି.ଗୋପାଳ ଚନ୍ଦ୍ର ପାତ୍ର, ଶିକ୍ଷକ ଗୌରୀ ଶଙ୍କର ନାୟକ, ଗୋପାଳ କୃଷ୍ଣ ସ୍ୱାଇଁ, ଓ ସମାଜସେବୀ ଜାନକୀ ବଲ୍ଲଭ ରାଉତ ପ୍ରମୁଖ ଯୋଗ ଦେଇଥିଲେ। ଉଦଘାଟନୀ ମ୍ୟାଚ ଅନ୍ତରପଡା ଓ ଭାଟଖାଲି ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ତରପଡା ଟିମ ବିଜୟୀ ହୋଇଥିଲେ। ଜୟ ମା କାଳୀ ଯୁବକ ସଙ୍ଘର ବିଷ୍ଣୁ, କୁନା, ଭରତ, ସିଦ୍ଧାର୍ଥ, ମହେନ୍ଦ୍ର, ପ୍ରଭାକର, ସରୋଜ, ଆଶିଷ, ବିଦ୍ୟାଧର ପ୍ରଭୃତି ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here