କୁଶପଡା ପଞ୍ଚାୟତ ପ୍ରିମିୟମ ଲିଗ ଉଦଯାପିତ : ବାଙ୍ଗାଲୋର ଚାମ୍ପିଅନ

0
341

ଦିଗପହଣ୍ଡି :ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପନାଡ ହାଇସ୍କୁଲ ଖେଳପଡିଆ ଠାରେ ଦୀର୍ଘଦିନ ଧରି ଆୟୋଜିତ ହୋଇଥିବା କୁଶପଡା ପଞ୍ଚାୟତ ପ୍ରିମିୟମ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଉଦଯାପିତ ହୋଇଯାଇଛି । ଆଇପିଏଲ ମହାସମର ଭଳି ଏହି ଟୁର୍ଣ୍ଣାମେଣ୍ଟରେ ପଞ୍ଚାୟତର ବଛାବଛା ଖେଳାଳୀମାନଙ୍କୁ ନେଇ ଦଳର ନାମକରଣ ହୋଇଥିବା ବେଳେ ଆଜି ବାଙ୍ଗାଲୋର ଦଳ ଚାମ୍ପିଅନ ହୋଇଛନ୍ତି । ଆଜିକାର ଶେଷ ତଥା ଫାଇନାଲ ମ୍ୟାଚରେ ବାଙ୍ଗାଲୋର ଓ ଚେନ୍ନାଇ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ ଜିତି ବାଙ୍ଗାଲୋର ପ୍ରଥମ ବ୍ୟାଟିଂ ୧୦ ଓଭରରେ ୪ ୱିକେଟ ହରାଇ ୧୨୧ ରନ ସଂଗ୍ରହ କରିଥିଲା ଜବାବରେ ଚେନ୍ନାଇ ୯୬ ରନ କରି ୨୫ ରନ ବ୍ୟବଧାନରେ ପରାସ୍ତ ହୋଇଥିଲା । ଉଦଯାପନୀ ଉତ୍ସବରେ ଦିଗପହଣ୍ଡି ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍ . ନିରଞ୍ଜନ ରେଡ୍ଡୀ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେହିପରି ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଏସ୍ .ଗାନ୍ଧୀ ଦୋରା , ଛାତ୍ର ବିଜେଡ଼ି ରାଜ୍ୟ ସମ୍ପାଦକ ସୁନୀଲ କୁମାର ଗୌଡ଼ , ନାଏବ ସରପଞ୍ଚ ଆର୍ . ଦେବହରୀ ଦୋରା , ବିଜେଡି ଯୁବନେତା ଜି . ସନ୍ତୋଷ ଦୋରା , ପିଙ୍କୁ ପ୍ରଧାନ , ବିପ୍ଳବ ପାତ୍ର , ରାଜେଶ ନାୟକ , ରାଜୁ ପାତ୍ର , ସିଲୁ ଗୈାଡ , ଅନୀଲ ଦୋରା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି କୁଶପଡା ପଞ୍ଚାୟତରେ ପ୍ରଥମ ଥର ପାଇଁ ଏଭଳି ଖେଳ ଆୟୋଜନ କରିଥିବା ଯୋଗୁଁ ପଞ୍ଚାୟତର ଯୁବଗୋଷ୍ଠୀଙ୍କୁ ସାଧୁବାଦ ଜଣାଇଥିଲେ । ଏଥିସହ ଉଭୟ ଦଳର କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିବା ସହ ଗ୍ରାମାଞ୍ଚଳ ରହିଥିବା ଯୁବ କ୍ରୀଡାବିତଙ୍କୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ବଜାଇ ରଖିପାରିଲେ ଭବିଷ୍ୟତରେ ଜଣେ ଉତ୍ତମ ଖେଳାଳି ଭାବେ ରାଜ୍ୟ କିମ୍ବା ଜାତୀୟ ସ୍ତରରେ ନାମ ରୋଶନ କରିପାରିବ ବୋଲି କହିଥିଲେ । ଶେଷରେ ଉଭୟ ବିଜେତା ଓ ଉପବିଜେତା ଦଳକୁ ଅତିଥିମାନଙ୍କ ଦ୍ବାରା ଟ୍ରଫି ପ୍ରଦାନ କରିବା ସହ ସମ୍ମାନିତ କରାଯାଇଥିଲା । ଯୁବ ବିଜେଡ଼ି ନେତା ବାଲାଜୀ ରେଡ୍ଡୀଙ୍କ ସଂଯୋଜନାରେ ଏହି ଟୁର୍ଣ୍ଣାମେଣ୍ଟ ୧୭ ଦିନ ଧରି ଆୟୋଜିତ ହୋଇଥିଲା । ଧିରେନ ରଣା , ଅକ୍ଷୟ ସାାହୁ , ଆଲୋକ ରଣା , ନାରାୟଣ ଜେନା , ଦେବାନନ୍ଦ ରେଡ୍ଡୀ ପ୍ରମୁଖ ଖେଳ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ :ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here