ମଦ ବିରୋଧରେ ମର୍ଦମେଖ ପଞ୍ଚାୟତବାସୀଙ୍କ କୋଦଳା ଥାନାରେ ଅଭିଯୋଗ ; ଅଭିଯୋଗ ପୂରଣ ନହେଲେ ଆନ୍ଦୋଳନ ଧମକ l

0
622

ବେଗୁନିଆପଡା (ନ୍ୟୁଜଏକ୍ସ ଟ୍ରା ବ୍ୟୁରୋ)କୋଦଳା ଓ ବେଗୁନିଆପଡା ଅଂଚଳରେ ଦିନକୁ ଦିନ ଅବାଧ ମଦ କାରବାର ବୃଦ୍ଧି ପାଉଥିବା ଯୋଗୁଁ ଜନସାଧାରଣ ଏହାର କୁପରିଣାମ ଭୋଗିବା ସହ ପରିବାରେ ଅଶାନ୍ତି, ସମାଜରେ ଅପରାଧିକ କାର୍ଯ୍ୟକଳାପ,ଦୁର୍ଘଟଣା, ଚୋରୀ, ଡକାୟତ, ରାସ୍ତାରେ ଝିଅ ବୋହୁଙ୍କୁ କମେଣ୍ଟ ମାରିବା, ଲୁଣ୍ଠନ କରିବା ଆଦି କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି l ବିଗତ ଏକବର୍ଷ ଭିତରେ ଏଅଞ୍ଚଳରେ ଏକ ଡଜନରୁ ଅଧିକ ଡକାୟତି, ତାଠୁ ଅଧିକ ଦୁର୍ଘଟଣା, ସମ ପରିମାଣରେ ମଦ ବିରୋଧୀ ଆନ୍ଦୋଳନ, ମର୍ଡର, ଆତ୍ମହତ୍ୟା, ପାରିବାରିକ କଳି ଆଦି ଏହାର ବଳିଷ୍ଠ ପ୍ରମାଣ l ଗତ କିଛି ମାସ ତଳେ ସୁମଣ୍ଡଳ, ମଠସରସିଙ୍ଗି, ବେରୁଆଁବାଡୀ, ମର୍ଦମେଖ ଆଦି ପଞ୍ଚାୟତରେ ମଦବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକି ସଫଳ ହୋଇଥିଲା ବେଳେ ପୁଣି ମର୍ଦମେଖ ପଂଚାୟତରେ ଅସାଧୁ ଵ୍ୟକ୍ତି ମାନେ ମଦବିକିବା ଆରମ୍ଭ କରିବା ଯୋଗୁଁ ପଞ୍ଚାୟତ ବାସୀ ଏହାର ବିରୋଧ କରି ଥାନାର ଆଶ୍ରୟ ନେଇଥିଲେ l ମର୍ଦମେଖ ସରପଞ୍ଚ ହୃଷିକେଶ ମେହେଣାଙ୍କ ନେତୃତ୍ୱରେ ଦିଲ୍ଲୀପ ପ୍ରଧାନ, ରବୀନ୍ଦ୍ର ଜେନା, ଗୌରହରି ସ୍ୱାଇଁ, ସଞ୍ଜୟ ଭୂୟାଁ ସମେତ ଶହେରୁ ଉର୍ଦ୍ଧ ଲୋକ ଥାନାରେ ପହଂଚି ଏସ ଆଇ ଅନିଲ କୁମାର ସାହୁଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ଏହାର ଏକ ନକଲ ଜିଲ୍ଲାପାଳଙ୍କ ଉଦେଶ୍ୟରେ ପ୍ରଦାନ କରିଥିଲେ l ପଂଚାୟତରୁ କୋଦଳା ରାସ୍ତାରେ ମଦ ବିକ୍ରୟ ଯୋଗୁଁ ଏହି ରାସ୍ତାରେ ଝିଅ ବୋହୁ ଏବଂ ବିଶେଷ କରି ଟିୟୁସନ ଯିବାପାଇଁ ଝିଅ ମାନେ ନିଜକୁ ନିରାପଦ ମଣୁ ନାହାନ୍ତି l ମଦ୍ୟପ ମାନଙ୍କ ବିଭିନ୍ନ କମେଣ୍ଟର ଶିକାର ହେଉଥିବା ଅଭିଯୋଗ କରି ମଦ ବିକ୍ରୟ ବନ୍ଦ କରିବା ପାଇଁ ଦାବି କରିଥିଲେ l ପନ୍ଦର ଦିନ ମଧ୍ୟରେ ମଦ ବିକ୍ରୟ ବନ୍ଦ କରିବା ଉପ ଥାନା ଅଧିକାରୀ ଶ୍ରୀ ବେହେରା ପ୍ରତିଶୃତି ଦେଇଥିଲେ l ଯଦି ପନ୍ଦର ଦିନ ମଧ୍ୟରେ ମଦ ବିକ୍ରୟ ବନ୍ଦ ନହୁଏ ତାହେଲେ ପୁଣି ଏକ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ପଞ୍ଚାୟତ ବାସୀ ଧମକ ଦେଇଥିଲେ l

LEAVE A REPLY

Please enter your comment!
Please enter your name here