ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ରାଜ୍ୟପାଳଙ୍କ ନିକଟରେ ଦାବୀ ପତ୍ର

0
338

କୋରାପୁଟ (ନ୍ୟୁଜ ଏକ୍ସଟ୍ରା)ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ୨୦୨୨ ସୁଦ୍ଧା ପ୍ରତେକ ଗରୀବ ଗୁରୁବା ଙ୍କ ପକ୍କା ଘର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି।କିନ୍ତୁ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଓ ଭ୍ରଷ୍ଟାଚାର ର ଅଭିଯୋଗ ଆଣିଛି ରାଜ୍ୟ ବିଜେପି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଙ୍କ ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟ ବିଜେପି ବ୍ଳକକାର୍ଯ୍ୟାଳୟ ଘେରାଓ କରିଛି। ବୋରିଗୁମ୍ମା ମଣ୍ଡଳ ବିଜେପି ସଭାପତି ରାଜ ସିଂ ଙ୍କ ନେତୃତ୍ୱରେ ବ୍ଳକ କାର୍ଯ୍ୟାଳୟ ଘେରାଓ କରାଯାଇଥିଲା।ସ୍ଥାନୀୟ ଡାକ ବଙ୍ଗଳା ନିକଟ ରୁ ବିଜେପି ର ରାଲି ବାହାରି ବ୍ଳକ କାର୍ଯ୍ୟାଳୟ ନିକଟକୁ ଆସିଥିଲେ। ମହାମହିମ ରାଜ୍ୟପାଳ ଙ୍କ ଉଦ୍ଧେଶ୍ୟ ରେ ବିଡ଼ିଓ ପ୍ରଣୟ ରଞ୍ଜନ ବେହେରା ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ପ୍ରକୃତ ଗରୀବ ଙ୍କୁ ବାଦ ଦେଇ ବିଜେଡି ର କର୍ମୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଉଛି ବୋଲି ବିଜେପି ଅଭିଯୋଗ କରିଛି। ତେଣୁ ବ୍ଲକ ରେ ତୁରନ୍ତ ସର୍ଭେ କରି ପ୍ରକୃତ ହିତାଧିକାରୀ ଙ୍କୁ ଚିହ୍ନଟ କରିବା ପାଇଁ ବିଜେପି ଦାବୀ କରିଛି। ବ୍ଳକ ଘେରାଓ ସମୟରେ ବିଜେପି ର ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଗୌତମ ସାମନ୍ତରାୟ, କେ.ନାଗରାଜ ଦୋରା, ଜିଲ୍ଲା ବିଜେପି ସମ୍ପାଦକ ବୈଦ୍ୟନାଥ ମିଶ୍ର, ସସାହାଣ୍ଡି ଯୋନ ସଭାପତି ରାଜା ରାଓ, ତୁଳସିରାମ ପାଣିଗ୍ରାହୀ,ଖଗେଶ୍ବର ପୂଜାରୀ, ସୁକାନ୍ତ ନାୟକ, ବିଘ୍ନରାଜ ଷଡଙ୍ଗୀ, ସରୋଜ ପାଣିଗ୍ରାହୀ, ବସନ୍ତ ମେହେର, ଧନପତି ନାୟକ,ଗୌରୀ ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ରିପୋର୍ଟ୍ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here