ରଥଯାତ୍ରା ଓ ରଥଟଣାକୁ ସ୍ଥଗିତ ରଖିବାକୁ କୋଦଳା ତହସିଲଦାରଙ୍କ ନିର୍ଦ୍ଦେଶନାମା ଜାରି

0
281

ବେଗୁନିଆପଡ଼ା: ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା କେବଳ ପୁରୀରେ ହିଁ କରାଯିବ, ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଏହା ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟ ସରକାର ମଧ୍ୟ ସମସ୍ତ ଜିଲ୍ଲାପାଳଙ୍କୁ ପ୍ରତ୍ୟେକ ଜିଲ୍ଲାରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଉ ଜିଲ୍ଲାପାଳ ମଧ୍ୟ ଜିଲ୍ଲାର ସମସ୍ତ ତହସିଲଦାରଙ୍କୁ ସତର୍କ ଦୃଷ୍ଟି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ ଗଂଜାମ ଜିଲ୍ଲା କୋଦଳା ତହସିଲ ଅଧୀନର ବିଭିନ୍ନ ସ୍ଥାନରେ ପାଳନ ହେବାକୁ ଥିବା ରଥଯାତ୍ରା ଓ ରଥଟଣାକୁ ସ୍ଥଗିତ ରଖିବାକୁ ତହସିଲଦାର ଅବନୀ କୁମାର ସାହୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରଥଯାତ୍ରା ଦିନ କେବଳ କୋଭିଡ କଟକଣା ଅନୁଯାୟୀ ନିରାଡ଼ମ୍ବର ସହକାରେ ମହାପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତି କରାଯାଇପାରେ ବୋଲି ଚିଠିରେ ଦର୍ଶାଇଛନ୍ତି । ଏଥିପାଇଁ କୋଦଳା ଥାନା ଅଧିକାରୀଙ୍କୁ ସତର୍କ ଦୃଷ୍ଟିଦେବାକୁ ମଧ୍ୟ ଚିଠି ମାଧ୍ୟମରେ ଜଣାଇ ଦିଆଯାଇଛି ।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here