ହାବିଲଦାର ଓ କନେଷ୍ଟବଳ ସଂଘର ଉପସଭାପତିଙ୍କ ମାତୃ ବିୟୋଗ

0
393

ବ୍ରହ୍ମପୁର: ହାବିଲଦାର ଓ କନେଷ୍ଟବଳ ଶାଖା ସଂଘର ଉପସଭାପତି ତଥା ବ୍ରହ୍ମପୁର ଟାଉନ ଥାନାର କ୍ରାଇମ ହାବିଲଦାର ଶ୍ରୀ ବ୍ରହ୍ମ ନାରାୟଣ ସାମନ୍ତରାୟ (ଯୁବୁଲା )ଙ୍କ ମାତାଙ୍କ ଆଜି ସକାଳ ପ୍ରାୟ ୬ ଘଣ୍ଟା ସମୟରେ ନିଜ ବାସଭବନ ବାବାଜୀ ତୋଟା ସାହି ଠାରେ ବିୟୋଗ ହୋଇଛି l କନକ ଦେବି ସାମନ୍ତରାୟଙ୍କ ବିୟୋଗ ବେଳକୁ ୮୩ ବର୍ଷ ବୟସ ହୋଇଥିଲା ସେ ଜଣେ ବହୁତ ଧର୍ମପରାୟଣ ମହିଳା ଥିଲେ l ତାଙ୍କ ବିୟୋଗ ସମୟରେ ତାଙ୍କ ନାତି ବିଶ୍ୱଜିତ ସାମନ୍ତରାୟ (ଲାଲୁ ) ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ ତାଙ୍କ ବିୟୋଗରେ ବ୍ରହ୍ମପୁର ହାବିଲଦାର କନେଷ୍ଟବଳ ସଂଘର ସଭ୍ୟବୃନ୍ଦ ସମେତ ଟାଉନର ଅନେକ ବୁଦ୍ଧିଜୀବୀ, ସାମ୍ବାଦିକ, ଆଇନଜୀବୀ ଓ କିଛି ରାଜନୈତିକ ବ୍ୟକ୍ତି ମଧ୍ୟ ଶୋକ ପ୍ରକାଶ କରିଛନ୍ତି ତାଙ୍କର ଅମର ଆତ୍ମାର ସଦଗତି ହେଉ ଓ ତାଙ୍କ ପରିବାରକୁ ଏହି ଦୁଃଖ ସମୟରେ ଭଗବାନ ସହାୟକ ହୁଅନ୍ତୁ l

ରିପୋର୍ଟ :ଦୀପକ ପଣ୍ଡା

LEAVE A REPLY

Please enter your comment!
Please enter your name here