‘ସମାଜ’ ପକ୍ଷରୁ ଅନୁଷ୍ଠିତ ବିଶ୍ଵ ମାତୃ ଦିବସ ର ଶ୍ରେଷ୍ଠ ବାର୍ତ୍ତା ବିଜେତା ମଧ୍ୟରେ କଳ୍ପଲତା

0
296

ବେଗୁନିଆପଡା: ବିଶ୍ଵ ମାତୃ ଓ ପିତୃ ଦିବସରେ ଦୈନିକ ଖବର କାଗଜ ‘ସମାଜ’ ରେ ପ୍ରକାଶିତ ବାର୍ତ୍ତା ମଧ୍ୟରୁ ଶ୍ରେଷ୍ଠ ବାର୍ତ୍ତା ଲେଖକ ଙ୍କ ନାମ ଘୋଷଣା ହୋଇଛି । ମେ ୯ ୨୦୨୧ ବିଶ୍ଵ ମାତୃ ଦିବସ ଓ ଜୁନ୍ ୨୦ ବିଶ୍ଵ ପିତୃ ଦିବସ ପାଳନ ଅବସରରେ ‘ସମାଜ’ ପକ୍ଷରୁ ସ୍ଵତନ୍ତ୍ର ପୃଷ୍ଠା ଙ୍କ ପ୍ରକାଶ ପାଇଥିଲା । ଏଥିରେ ଅଗଣିତ ପାଠକ ଯୋଡି ହେବା ସହ ହଜାର ହଜାର ବାର୍ତ୍ତା ପ୍ରକାଶ ପାଇଥିଲା । ଉକ୍ତ ଦୁଇ ଦିବସର ଦଶଟି ଲେଖାଏଁ ଶ୍ରେଷ୍ଠ ବାର୍ତ୍ତା ମନୋନୟନ କରାଯାଇଛି । ମାତୃ ଦିବସ ଅବସରରେ ପ୍ରକାଶିତ ବାର୍ତ୍ତା ପ୍ରତିଯୋଗୀତାରେ ଶ୍ରେଷ୍ଠ ଦଶ ମଧ୍ୟରେ ଅଛନ୍ତି କଳ୍ପଲତା ମହାପାତ୍ର ।ସେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ସମନ୍ବିତ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ ଥିବା ସହ ଜଣେ ଜଣାଶୁଣା ଲେଖିକା ଅଟନ୍ତି । ‘ସମାଜ’ ପକ୍ଷରୁ ଆସନ୍ତା ୧୩ ତାରିଖ ଦିନ କଟକ ସମାଜ କାର୍ଯ୍ୟାଳୟ ରେ ସେ ପୁରସ୍କୃତ ହେବେ ବୋଲି ସୂଚନା ମିଳିଛି ।

ରିପୋର୍ଟ :ଭଞ୍ଜ ମହାରଣା

LEAVE A REPLY

Please enter your comment!
Please enter your name here