ଚାଷୀଙ୍କୁ କଂଗ୍ରେସ ର ମାଗଣା ଧାନ ବୀହନ ବଣ୍ଟନ…

0
318

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ)କୁକୁଡାଖଣ୍ଡି ବ୍ଲକ ର ମଦନ ମୋହନ ପୁର,ବାଘଲଟି,କୁସୁମି, ମାଟିଆଗାଁ, ମନୋହର ପ୍ରଭୁତି ଗ୍ରାମରେ ଆଜି ଜିଲ୍ଲା କଂଗ୍ରେସ ନେତା ମାନଙ୍କ ତରଫରୁ ମାଗଣା’ରେ ଧାନ ବୀହନ ବଣ୍ଟନ କରାଯାଇଛି l କରୋନା ଜନିତ ଅସୁବିଧା କାରଣରୁ ଯେଉଁ ଚାଷୀ ମାନେ ବୀହନ କିଣିବାକୁ ଅସୁବିଧାରେ ପଡ଼ିଥିଲେ ସେପରି ପ୍ରାୟ ଶତାଧିକ ଚାଷୀଙ୍କୁ ଆଜି କଂଗ୍ରେସ ତରଫରୁ ମାଗଣା ରେ ବୀହନ ବଣ୍ଟା ଯାଇଥିଲା, ଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ପୀତବାସ ପଣ୍ଡା, ରାଜ୍ୟ କୃଷକ କଂଗ୍ରେସ ନେତା ଶ୍ରୀ ରଶ୍ମିରଂଜନ ପଟ୍ଟନାୟକ ପି.ସି.ସି ସମ୍ପାଦକ ଶ୍ରୀ ଭୋକାଲି ସେଠୀ, ମହିଳା କଂଗ୍ରେସ ନେତ୍ରୀ ଶ୍ରୀମତୀ ନିରୁପମା ପଟ୍ଟନାୟକ, ଜିଲ୍ଲା କଂଗ୍ରେସ ନେତା ଉଦୟ ପାଣିଗ୍ରାହୀ,ଏସ. ଦଣ୍ଡପାଣି, କିଶୋର କାପୁର, କୁକୁଡ଼ାଖଣ୍ଡି କଂଗ୍ରେସ ବ୍ଲକ ସଭାପତି କୁନା ପତ୍ର, ଯୁବ କଂଗ୍ରେସ ନେତା ସିଦ୍ଧାନ୍ତ ସାହୁ, ବବୁଲୁ ବେଗ ପ୍ରଭୁତି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ

LEAVE A REPLY

Please enter your comment!
Please enter your name here