ଦୁଇ ବିଦ୍ୟାଳୟରେ ବନମହୋତ୍ସବ ସପ୍ତାହ ପାଳନ

0
310

ବୁଗୁଡା:ବୁଗୁଡା ବ୍ଲକ ଅନ୍ତର୍ଗତ ବେତାରସିଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବୁଗୁଡା ପିପୁଲସ ହାଇ ସ୍କୁଲ ପରିସରରେ ଜୁଲାଇ ୦୭ ତାରିଖ ଦିନ ବୃକ୍ଷ ରୋପଣ କାରାଯାଇ ୭୨ ତମ ବନମହୋତ୍ସବ ପାଳନ ହୋଇଥିଲା। ବେତାରସିଙ୍ଗି ସ୍କୁଲର ବନମହୋତ୍ସବ କାର୍ଯ୍ୟକ୍ରମରେ ଗୋଳାବନ୍ଧ ସରପଞ୍ଚ ବସନ୍ତ କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ ଶୁଭାରମ୍ଭ କରିଥିଲେ। ସିଆରସିସି ରାଜ କିଶୋର ଦାଶଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ବେହେରା, ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଭଗବାନ ସ୍ୱାଇଁ, ମହେଶ୍ବର ବିଷୋୟୀ, ରାକେଶ କୁମାର ଦାଶ ଓ ସୁନିତା ପାଣିଗ୍ରାହୀ, ଏବଂ ଏସଏମସି ସଭାପତି ପ୍ରଦୀପ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ବୁଗୁଡା ପିପୁଲସ ହାଇ ସ୍କୁଲର ବନମହୋତ୍ସବ ପାଳନ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରା, ବନପାଳ ଅଭିରାମ ଖିଲ, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ଼, ଶିକ୍ଷକ କାହ୍ନୁ ଚରଣ ଗୌଡ଼, ତପନ କୁମାର ପାଢୀ ଓ ବିଶ୍ୱେଶ୍ୱର ଗିରି, ଶିକ୍ଷୟିତ୍ରୀ ଉଷରାଣୀ ସିଂହ, ଭାରତୀ ମହାନ୍ତି, ସସ୍ମିତା କୁମାରୀ ମହାରଣା, ସସ୍ମିତା କୁମାରୀ ପଟ୍ଟନାୟକ, ଓ ସସ୍ମିତା ତ୍ରିପାଠୀ ଏବଂ ମଧୁସୂଦନ ନାୟକ ପ୍ରମୂଖ ଯୋଗଦେଇ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here