ଗଣ୍ଡାଧର ସର୍ଦ୍ଧାର ସଂଗ୍ରାମ ସିଂ ହାଇ ସ୍କୁଲ ପରିସରରେ ବନ ମହୋତ୍ସବ ପାଳିତ

0
276

ଭଞ୍ଜନଗର:ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ସର୍ଦ୍ଧାର ସଂଗ୍ରାମ ସିଂ ହାଇ ସ୍କୁଲ, ଗଣ୍ଡାଧର ଠାରେ କୋଭିଡ-୧୯ ଗାଇଡ଼ଲାଇନ ମାନି ୭୨ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ରବିନ୍ଦ୍ର ନାଥ ପ୍ରଧାନଙ୍କ ପୌରୋହିତ୍ୟରେ ଉତ୍ତର ଘୁମୁସର ବନାଞ୍ଚଳ, ଜଗନ୍ନାଥ ପ୍ରସାଦ ମିଳିତ ସହଯୋଗରେ ଚାରା ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବନ ବିଭାଗର ବନ ପାଳ ଇ. ଗଣେଶ, ସ୍ଵାତୀ ଏନ୍.ଜି.ଓ ର କାଜଲ ପଟ୍ଟନାୟକ, ବନ ବିଭାଗ କୋଡିନେଟର ରମେଶ ଚନ୍ଦ୍ର ବାରିକ ଯୋଗ ଦେଇ କହିଥିଲେ “ରହିଲେ ବନ ବଞ୍ଚିବେ ଜନ” ପ୍ରତେକ ଲୋକ ଗୋଟିଏ ଗଛ ଲଗାଇ ତାକୁ ବଞ୍ଚାଇବା ଦରକାର । ଏଥିରେ ଅତିଥି ଭାବେ ଗଣ୍ଡାଧର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଗାୟତ୍ରୀ ନାୟକ, ବିଧାୟକ ପ୍ରତିନିଧି ବିରୂପାକ୍ଷ ନାୟକ, ସୂର୍ଯ୍ୟ ନାରାୟଣ ନାୟକ, ବିଜୟ କୁମାର ନାୟକ, ରାଜେନ୍ଦ୍ର ନାୟକ, ନାରାୟଣ ନାୟକ ଯୋଗ ଦେଇ ଚାରା ରୋପଣ କରିବା ସହିତ ବୃକ୍ଷ ର ଉପକାରିତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍କୁଲ ର ଶିକ୍ଷକ ରବିନ୍ଦ୍ର ନାଥ ପ୍ରଧାନ, ସୁଶାନ୍ତ କୁମାର ରାଉତ, ପ୍ରତାପ ଚନ୍ଦ୍ର ଶତପଥୀ ଓ ସ୍କୁଲ ର କର୍ମଚାରୀ ସନ୍ୟାସୀ ପ୍ରଧାନ, କୃଷ୍ନ ଚନ୍ଦ୍ର ପ୍ରଧାନ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ କ୍ରୀଡା ଶିକ୍ଷକ ତଥା ଈକୋ କ୍ଳବ କୋଡିନେଟର ବିଭୂତି ଭୂଷଣ ପ୍ରଧାନ ସଂଯୋଜନା କରିଥିବା ବେଳେ ହିନ୍ଦୀ ଶିକ୍ଷକ ବଂଶୀଧର ନାୟକ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here